Breaking News

ସାକ୍ଷୀଗୋପାଳ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ କାଶ୍ମୀର ପ୍ରସଙ୍ଗ


D Senapati
Sakhigopal News
 ସାକ୍ଷୀଗୋପାଳ  ----- ସାକ୍ଷୀଗୋପାଳ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ପରିସରରେ ଥିବା ସଭାଗୃହରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ “ ୩୭୦ ଓ ୩୫ ( କ) ଧାରା ଉଚ୍ଛେଦ - ଏକ ସମୟପୋଯୋଗୀ ଆବଶ୍ୟକତା “ ସମ୍ମନ୍ଦୀୟ ଆଲେଚନା ଚକ୍ର ହୋଇଯାଇଛି  ।  କଲେଜର ଅଧ୍ୟକ୍ଷ ପ୍ରଫେସର ନିହାର ରଞ୍ଜନ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଆଲେଚନା ଚକ୍ରଟିକୁ ଉଦ୍ଘାଟନ କରିବା ସହ ଉକ୍ତ ପ୍ରସଙ୍ଗ ଉପରେ  ନିଜସ୍ୱ ମତ ରଖିଥଲେ  । ଅଧ୍ୟପାକ ରତ୍ନାକର ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଆଲେଚନା ଚକ୍ର ସମ୍ପର୍କରେ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ  । ବିଭାଗୀୟ ମୂଖ୍ୟ ପ୍ରଧ୍ୟାପକ ଡ. ରତିକାନ୍ତ ପରିଡା ଉପରୋକ୍ତ ଧାରା ଦୁଇଟିର ଉଚ୍ଛେଦ ସମ୍ବନ୍ଧରେ ଆଲେଚନା କରିବା ସହ ଏହାର ଆବଶ୍ୟକତା ଓ ଏଥିଯୋଗୁ ଦେଶ ପ୍ରତି ରହିଥିବା ଚାଲେଞ୍ଜ ସମ୍ବନ୍ଧରେ ଆଲୋକପାତ କରିଥିଲେ  । ସେହିପରି ଇତିହାସ ବିଭାଗର ପ୍ରଧ୍ୟାପକ ନରେନ୍ଦ୍ର ନାଥ ବେହେରା ୩୭୦ ଧାରାର ଐତିହାସିକ ଦିଗ ଉପରେ ମତ ରଖିଥଲେ  । ଏହି ଆଲେଚନା ଚକ୍ରରେ କଲେଜର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ  । ସେମାନଙ୍କ ମଧ୍ୟରୁ ଆଠଜଣ ଛାତ୍ର ଛାତ୍ରୀ ଏହି ଆଲେଚନାରେ ନିଜସ୍ୱ ମତ ରଖିଥଲେ  । କଲେଜର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ  । ଶେଷରେ କଲେଜର ବଡବାବୁ ରାଜ କିଶୋର ପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts