Breaking News

ବିପର୍ଯ୍ୟୟ ସମୟରେ ଯେଉଁମାନେ ଜନସେବା କରୁଛନ୍ତି ସେମାନେ ନମସ୍ୟ ; ମନ୍ତ୍ରୀ ତୁଷାରକାନ୍ତି ବେହେରା


 A K mallik
konark News
କୋଣାର୍କ----- କୋଣାର୍କ ଯାତ୍ରୀନିବାସ ସମ୍ମଳନୀ କକ୍ଷରେ ସମାଜସେବୀ ସଂସ୍ଥା ୟଙ୍ଗଇଣ୍ଡିଆ ଓ ଆକସନଏଡ୍ ଦ୍ୱାରା ସୋମବାର ଦିନ ବିଶ୍ୱ ମାନବତାବାଦୀ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜଗତସିଂହପୁର, କନ୍ଧମାଳ, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରୁ ଶତାଧିକ ସମାଜକର୍ମୀ ଏକତ୍ରିତ ହୋଇ ବିଭିନ୍ନ ବିପର୍ଯ୍ୟୟ ତଥା ଗତ ସାମୁଦ୍ରିକ ଝଡ ଫାନି ସମୟରେ ସେମାନଙ୍କର କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଇଂ ତୁଷାରକାନ୍ତି ବେହେରା ସମାଜ କର୍ମୀ ମାନଙ୍କର ଏତାଦୃଶ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିବା ସହ  ମାନବ ସେବା ହିଁ ମାଧବ ସେବା ,  ଯେଉଁମାନେ ବିପର୍ଯ୍ୟୟ ସମୟରେ ଜନସେବା କରୁଛନ୍ତି ସେମାନେ ନମସ୍ୟ  ବୋଲି ମତବ୍ୟକ୍ତ କରିଥିଲେ । ଏପ୍ରକାର କାର୍ଯ୍ୟକୁ ରାଜ୍ୟ ସରକାର ସର୍ବଦା ସହଯୋଗର ହାତ ବଢାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ କାକଟପୁର ତହସିଲଦାର ରୋଜିନା ଦାସ ବର୍ତ୍ତମାନ ସମୟରେ ମାନବବାଦୀ କାର୍ଯ୍ୟର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ । ଆୟୋଜକ ସଂସ୍ଥା ୟଙ୍ଗଇଣ୍ଡିଆର ସଭାପତି ଏନ.ଏ. ଶାହା ଅନସାରୀ, ଆକସନଏଡର ଆଞ୍ଚଳିକ ପରିଚାଳକ ଦେବବ୍ରତ ପାତ୍ର, ଅଧିକାରୀ ଘାସିରାମ ପଣ୍ଡା, ବି.ଏନ୍. ଦୁର୍ଗା, ସୁଦେସ୍ନା ମିଶ୍ର, ସୁଦତ୍ତା ଖୁଣ୍ଟିଆ, ଲୋପାମୁଦ୍ରା ବେହେରା, ପୁଷ୍ପଶ୍ରୀ ଦେବୀ ପ୍ରମୁଖ ଉପସ୍ଥିତ ରହି ବିପର୍ଯ୍ୟୟ ସମୟର ଅନୁଭୂତି ବର୍ଣନା କରିଥିଲେ । ଏହି ଅବସରରେ ବିପର୍ଯ୍ୟୟ ସମୟରେ ପ୍ରଭାବଶାଳୀ ପଦକ୍ଷେପ ନେଇଥିବା ୩୨ ଜଣ ସମାଜ କର୍ମୀଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନ୍ଦାଜ ଆରନ, ରୋଜାଲିନ ପ୍ରଧାନ, ଏସ. କାଜଲ ପ୍ରମୁଖ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts