ଦୁଇଟି ବସ ମଧ୍ୟରେ ମୁହାଁ ମୁହିଁ ଧକ୍କା ; ସାତ ଜଣ ଆହତ
ସମ୍ବଲପୁର ------- ସମ୍ବଲପୁର ମାନେଶ୍ୱର ହାଲପାଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଦୁଇଟି ବସ ପରସ୍ପରକ ଧକ୍କା ଦେବା ଫଳରେ ୭ ଜଣ ବସ ଯାତ୍ରି ଗୁରୁତର ଆହତ ହୋଇଛନ୍ତି । ଉଷା ନାମକ ଏକ ବେସରକାରୀ ବସ ସମ୍ବଲପୁରରୁ ଭବାନୀପାଲ୍ଲୀ ଯାଉଥିଲା । ସେହି ସମୟରେ ବସଟି ଆଗରେ ଯାଉଥିବା ଆଉ ଏକ ବସକୁ ଧକ୍କା ଦେଇଥିଲା । ଫଳରେ ୭ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ପୋଲିସ କହିଛି । ପୋଲିସ ବସ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଧୀରେନ୍ଦ୍ର ସେନାପତି