ପ୍ରେମ ବ୍ଯାପରକୁ ନେଇ ବୋଲଗଡ଼ ରେ ଅପମାନ, ଭଂଜନଗର ରେ ମୁକାବିଲା ! ମାଉଜର ଦେଖାଇ ଯୁବକକୁ ଆକ୍ରମଣ, ୫ ଗିରଫ
ଭଂଜନଗର - ଭଂଜନଗର ଥାନା ଅନ୍ତର୍ଗତ ଜାମପଲ୍ଲୀ ନିକଟସ୍ଥ ଝାଙ୍କରେଇ ମନ୍ଦିର ନିକଟରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଜଣେ ଯୁବକକୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ଆହତ ଯୁବକକୁ ଉଧାର କରିବା ସହ, ଆକ୍ରମଣ କାରୀ ୫ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ସେମାନେ ଆସିଥିବା ସୁଇଫ୍ଟ୍ କାର ନଂ ଓଡି ୦୨ ସିଜେ - ୮୮୨୪ କୁ ଜବତ କରିବା ସହ, କାର୍ ଭିତର ଗୋଟିଏ ମାଉଜର, ୩ ଟି ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ୍ ଏବଂ ଛୁରୀ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଥାନାଧିକାରୀ ଜୀବନାନନ୍ଦ ଜେନା । ଆହତ ଯୁବକ ଜଣକ ସୋମନାଥ ପଣ୍ଡା । ତାଙ୍କ ଘର ପୁରୀ ଡେ଼ଲାଙ୍ଗ ଥାନା ଅନ୍ତର୍ଗତ ଗଣ୍ଡପଡା ଗାଁ ହୋଇଥିବା ବେଳେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ନିକଟରେ ରହି, ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ । ଆକ୍ରମଣକାରୀ ତଥା ଗିରଫ ଅଭିଯୁକ୍ତ ମାନେ ମଧ୍ୟ ସେହି ପୁରୀ ଜିଲ୍ଲାର ସନ୍ତୋଷ ପରିଡ଼ା, ଶକ୍ତିକାନ୍ତ ପରିଡ଼ା, ସୁରେଶ ପରିଡା, ସୁମନ୍ତ ଭଟ୍ଟ ଏବଂ ଆଶୁତୋଷ ବାରିକ । ଘଟଣା ପ୍ରକାରେ ଆହତ ସୋମନାଥ ଏବଂ ଅଭିଯୁକ୍ତ ଆଶୁତୋଷ ଉଭୟେ ଗୋଟିଏ ଗାଁର, ଏବଂ ଗୋଟିଏ ଫାଇନାନ୍ସ କମ୍ପାନୀରେ କାମ କରନ୍ତି । ତେବେ ବୋଲଗଡ଼ ରେ ଏକ ଭଡ଼ାଘରେ ରହିବା ସମୟରେ, ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ କୁ କେନ୍ଦ୍ରକରି ଶତ୍ରୁତା ଆରମ୍ଭ ହୋଇଥିଲା । ଏହା ଭିତରେ ଆଶୁତୋଷ ଭଂଜନଗର କୁ ଆସିଥିବା ବେଳେ, ସୋମନାଥ ଗୋରା କୁ ଆସି ରହୁଥିଲେ । ଶୁକ୍ରବାର ଦିନ ଆଶୁତୋଷ ନିଜ ଡେଲାଙ୍ଗ ଅଞ୍ଚଳର ସମସ୍ତ ୫ ଜଣ ସହଯୋଗୀ ଙ୍କୁ ଡାକି ଆଣିଥିଲା । ଏବଂ ସୋମନାଥ କୁ ଜାତ ପଲ୍ଲୀ ନିକଟକୁ ଡାକି, ଆକ୍ରମଣ କରିଥିଲା । ଘଟଣା ସ୍ଥଳରୁ ଆଉଜଣେ ଖସିଯାଇଥିବା ବେଳେ, ଏନେଇ ଭଂଜନଗର ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ନେଇ, ଥାନାଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨/୮/୨୦୨୫----୯,୩୫ Sakhigopal News,2/8/2025