ସତ୍ୟବାଦୀ ଥାନା ପକ୍ଷରୁ ଓ୍ବାରେଣ୍ଟ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ ଆରମ୍ଭ
ସାକ୍ଷୀଗୋପାଳ----: ମାନନୀୟ ଡିଜି ଓଡ଼ିଶା ଙ୍କ ନିର୍ଦେଶ କ୍ରମେ ସାରା ଓଡ଼ିଶାରେ ୧/୮ରୁ ୭/୮ ରିଖ ପର୍ଯ୍ୟନ୍ତ ଓ୍ବାରେଣ୍ଟ ଥିବା ବ୍ୟକ୍ତିଙ୍କୁ ଧର ପଗଡ଼ ଆରମ୍ଭ ହୋଇଛି। ଏହି ଆଧାରରେ ସତ୍ୟବାଦୀ ପୋଲିସ ମାନନୀୟ ଜେଏମଏଫସି ପୁରୀ କୋର୍ଟଙ୍କ ଏନବିଡ୍ଯୁ ବଳରେ ଜଣେ ମୁଦାଲାକୁ ଧରିବାରେ ସଫଳ ହେଇଛି । ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ତାଙ୍କ ନାମ ହଟ ଛାଟୋଇ, ଭଟ୍ଟପୁର ସାକ୍ଷୀଗୋପାଳ ଜିଆରନଂ ୨୨୯୧/୨୦୧୫ ବୋଲି ସତ୍ଯବାଦୀ ଥାନା ଅଧୀକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୮/୨୦୨୫---୩,୧୦ Sakhigopal News,1/8/2025