କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ
କୋଣାର୍କ --- କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ରେ ସାଇକେଲ ଶୋଭାଯାତ୍ରା, ଗଣଦୌଡ ଓ ବେଳାଭୂମି ସଫେଇ ଅନୁଷ୍ଠିତ ହୋଇଯାଇଛି । ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୨ ତାରିଖରେ ଉଦଯାପିତ ହେବ । ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସହାୟତାରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବଛ କୋଣାର୍କ ଓ ସୁସ୍ଥ କୋଣାର୍କ ଗଠନ କରିବାର ମୂଳ ଲକ୍ଷ୍ୟ ନେଇ ଆଜି ସକାଳେ ଏନ୍ଏସିର କଲ୍ୟାଣ ମଣ୍ଡପ ପରିସରରୁ ସାଇକେଲ ଶୋଭାଯାତ୍ରା, ଗଣଦୌଡ ବାହାରି ବଜାର ପରିକ୍ରମା କରିବା ସହ ସାଧାରଣ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇ ଚନ୍ଦ୍ରଭାଗା ବେଳାଭୂମି ସଫେଇ କରିଥିଲେ । ଏଥିସହ ଆସନ୍ତୁ ସମସ୍ତେ ଏକତ୍ର ହୋଇ ଏକ ସ୍ବଛ ଏବଂ ସୁସ୍ଥ କୋଣାର୍କ ପାଇଁ ପ୍ରତିଶ୍ରୁତି ବଦ୍ଧ ହେବା ପାଇଁ ସାମୁହିକ ସପଥ ମଧ୍ୟ ଗ୍ରହଣ କରିଥିଲେ । ଏହି ସ୍ବଚ୍ଛତା ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇ ଥିବା ବେଳେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଉଦଯାପିତ ହେବ । ଇତି ମଧ୍ୟରେ କୋଣାର୍କ ଏନ୍ଏସିର ୧୩ଟି ଓ୍ବାର୍ଡରେ ସଫେଇ କର୍ମଚାରୀଙ୍କ ଦ୍ବାରା ବ୍ୟାପକ ସଫେଇ କରାଯାଇ ଥିବା ବେଳେ ଲୋକଙ୍କୁ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀ ଓ ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଧଳଙ୍କ ସମେତ ପରିଷଦର ସ୍ବଛସାଥି, ସଫେଇ କର୍ମଚାରୀ ଓ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ପ୍ରତ୍ୟେକଙ୍କ ପାଇଁ ସ୍ୱଛତା ଜରୁରୀ । ନିଜେ ସ୍ବଭାବ ଓ ସଂସ୍କାରରେ ଆଣିଲେ ଆମ ପରିବେଶ ସୁସ୍ଥ ଓ ସ୍ବଛ ହେବା ସହ ରାଜ୍ୟ ଓ ଦେଶ ମଧ୍ୟ ସ୍ୱଛ ଓ ସୁନ୍ଦର ହୋଇ ପାରିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀମତୀ ଧଳ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଷଦର ଭାଗ୍ୟରଥି ବରାଳ, ସୁଭଲକ୍ଷ୍ମୀ ହୋତା, ରଞ୍ଜନ ଜେନା,ଅଭିଷେକ ସ୍ବାଇଁ, ପ୍ରଶାନ୍ତ ବଡ଼ପଣ୍ଡା ଓ ଧର୍ମପଦ ପରିଡ଼ାଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।
କୋଣାର୍କ ରୁ ଅଜିତ ମଲିକ ଙ୍କ ରିପୋର୍ଟ,୧/୧୦/୨୦୨୪---୮,୨୫ Sakhigopal News, 1/10/2024