ସତ୍ୟବାଦୀରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ; ଗୋପବନ୍ଧୁଙ୍କ ଷଠୀଘର ପରିଦର୍ଶନ କରିବେ ଦିବ୍ୟାଙ୍ଗ ପିଲାମାନେ
ସାକ୍ଷୀଗୋପାଳ---- ରାଜ୍ୟ ସରକାର ସଜେଇଥିବା ଐତିହ୍ୟ ଗ୍ରାମ ବା ଗୋପବନ୍ଧୁଙ୍କ ଷଠୀଘରକୁ ସତ୍ୟବାଦୀର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ ରତ ଦିବ୍ୟାଙ୍ଗ ପିଲାମାନେ ବୁଲିବାକୁ ଯିବେ ବୋଲି ବିଶ୍ୱ ଭିନ୍ନକ୍ଷମ ଦିବସରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଛନ୍ତି । ଏବଂ ଏଥିପାଇଁ ସତ୍ୟବାଦୀ ପଞ୍ଚାୟତ ସମିତି ପକ୍ଷରୁ ପୁରୀ ଜିଲ୍ଲାପାଳ ଓ ସତ୍ୟବାଦୀ ବିଧାୟକଙ୍କର ସହଯୋଗ ନିଆଯିବ ବୋଲି ଶ୍ରୀ ପଣ୍ଡା ଅନୁଷ୍ଠିତ ସଭାରେ ମତ ପ୍ରକାଶ କରିଛନ୍ତି । ସତ୍ୟବାଦୀ ବ୍ଳକରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦର ସହଯୋଗରେ ଟେକ ମହିନ୍ଦାର ଆର୍ଥିକ ସହାୟତାରେ ଦେବରାଜ କଲ୍ୟାଣ ମଣ୍ଡପ ପରିସରରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭାଶୁଂ ଶେଖର ମହାରଣା , ପୂର୍ବତନ ସି,ଡ୍ୟୁ, ସି ପୁରୀ ସିଦ୍ଦାର୍ଥ ନାୟକ, ଟେକ ମହେନ୍ଦାର ଫାଉଣ୍ଡେସନ ଆସିସିଏଟର ମ୍ୟାନେଜର ଓଡିଶାର ରଶ୍ମି ରଞ୍ଜନ ମହାନ୍ତି ଓ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦର ସମ୍ପାଦିକା ମମତା ମିଶ୍ର ପ୍ରମୁଖ ଜଗନ୍ନାଥଙ୍କ ପାଖରେ ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅତିଥି ମାନେ କହିଥିଲେ ଯେ ଏମାନଙ୍କୁ ଆମେ ଭିନ୍ନକ୍ଷମ କହିବା ଠିକ ନୁହେଁ । ଏମାନେ ଏବେ ଆମ ପରି ସକ୍ଷମ, ସେମାନେ ସବୁ କିଛି କରି ପାରୁଛନ୍ତି । ଏମାନଙ୍କୁ କେବଳ ସୁବିଧା, ସୁଯୋଗ,ହାତ ବଡେଇ ପାରିଲେ ଏମାନ ସାଧାରଣ ପିଲାଙ୍କ ପରି ଆଗେଇ ପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସେହିପରି ସତ୍ୟବାଦୀ ବ୍ଳକରେ ଥିବା ୩୭୦ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରେ ଅନୁଷ୍ଠାନ ପକ୍ଷରୁ ୩୭୦ ଜଣ ପିଲାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ମୁଖ୍ୟସୋତ୍ରରେ ସାମିଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ଅନୁଷ୍ଠାନର ଉପସଭାପତି ରବୀନ୍ଦ୍ର କୁମାର ତ୍ରିପାଠୀ ସଭା ସଂଯୋଜନା କରିବା ସହ ତାଙ୍କ ବକ୍ତବ୍ୟ କହିଥିଲେ । ଗଣିତଦୌଡ, ଜିଲାପିରେସ, ଦୌଡିଡିଆଁ, ମ୍ୟୁଜିକିଚେୟାର, ଆଳୁଚାମଚ ରେସ ଖେଳ ପ୍ରତିଯୋଗିତା କରାଯାଇଥିଲା । ୭୦ ଜଣ ପିଲାଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୁତ କରାଯାଇଥିଲା । ଅନୁଷ୍ଠାନର ସଂଯୋଜିକା ମୋନାଲିସା ମହାପାତ୍ର ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ସମୀର କେଶରୀ ହରିଚନ୍ଦନ, କରଦେବ ସାମଲ, ରାକେଶ କୁମାର ସାହୁ, ସବେତନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୩ Sakhigopal News, 3/12/2023