ବିଭିନ୍ନ ବିଦ୍ୟାଳୟରେ ଏଡ଼ସ ଦିବସ ପାଳନ
ଭଞ୍ଜନଗର :- ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ କୋଦଣ୍ଡା ଠାରେ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ବିଶ୍ୱ ଏଡ଼ସ ଦିବସ ପାଳନ କରାଯାଇଛି l ଏଥିରେ ବିଦ୍ୟାଳୟର ଚାରିଶହ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି ଏଡ଼ସ ସଚେତନତା ଉପରେ ମତ ପ୍ରକାଶ କରିଥିଲେ l ଶିକ୍ଷକ ସାଜନ ସ୍ୱାଇଁ ଏହା ଉପରେ ପିଲାମାନଙ୍କୁ ଶପଥ ପାଠ କରାଇଥିଲେ l ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସଚେତନ କରାଇଥିଲେ l ଶେଷରେ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ lସେହିପରି ଡିଏଭି ପିଟି .ଏସ୍ .ଆର୍ ପବ୍ଲିକ୍ ବିଦ୍ୟାଳୟ ପରିସରରେ ଜାତୀୟ ଏଡ଼ସ ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ସହ ଶିକ୍ଷୟିତ୍ରୀଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ତତ୍ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ , ଶିକ୍ଷୟିତ୍ରୀ ,ଭାରତୀୟ ସ୍କାଉଟ, ଗାଇଡ଼୍ ଓ ଜୁନିୟର୍ ରେଡ଼କ୍ରସ୍ ବିଭାଗର ଶିକ୍ଷକଗଣ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ସ୍କାଉଟ୍ ଶିକ୍ଷକ ଗୋପାଳକୄଷ୍ଣ ଗୌଡ଼ ଓ ଗାଇଡ଼୍ ଶିକ୍ଷୟିତ୍ରୀ ଶ୍ରୀମତୀ ଧରତ୍ରୀବାଳା ପଣ୍ଡା ଶିକ୍ଷାର୍ଥୀଙ୍କୁ ସ୍ଳୋଗାନର ସହିତ ସଚେତନ କରାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ରାମବଲ୍ଲଭ ପ୍ରଧାନ ଏହି ଦିବସର ମହତ୍ତ୍ବ ସମ୍ପର୍କରେ ମତାମତ ରଖିଥିଲେ ।ଏହି ଦିବସ କାହିଁକି ପାଳନ କରାଯାଏ । କେଉଁଠି ଓ କେବେ କରାଯାଇଥିଲା । ଶିକ୍ଷକ ଅତ୍ୟନ୍ତ ସୁନ୍ଦର ଭାବରେ ଏହାକୁ ପରିବେଷଣ କରିଥିଲେ । ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସର୍ବାଙ୍ଗ ସୁନ୍ଦର ହୋଇପାରିଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୨/୨୦୨୩---୮,୩୦ Sakhigopal News,1/12/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୨/୨୦୨୩---୮,୩୦ Sakhigopal News,1/12/2023