ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ଉଦ୍ଯାପିତ
ଭଞ୍ଜନଗର-- ସାବିତ୍ରୀ ମହିଳା ମହା ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ମିଳିତ ଆନୁ କୂଲ୍ୟରେ ଆୟୋଜିତ ନୂଆ – ଓ’ ଯୁବ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ୯ଦିନ ଧରି ଚାଲୁରହିଥିଲା | ଏହି କାର୍ଯ୍ୟକ୍ରମ ମରେ କଲେଜର ଛାତ୍ରୀମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହିତ ସହର ରେ ବାଲ୍ୟ ବିବାହ, ଯୌତୁକ ଭ୍ରୁଣ ହତ୍ୟା, ନିଶା ନିବାରଣ ଓ ଦୁର୍ନୀତିକୁ ନେଇ ସଚେତନତା ରାଲି ମଧ୍ୟ କରାଯାଇଥିଲା । ଶେଷରେ ମହିଳା ମହା ବିଦ୍ୟାଳୟରେ ଏକ ସାଂସ୍କୃ ତି
କାର୍ଯ୍ୟ ପ୍ରତିଯୋଗିତା ହୋଇଥିବା କାର୍ଯ୍ୟକ୍ରମ କରିବା ସହିତ ବିଭିନ୍ନ ଯୋଗୀତାରେ ଉତ୍ତୀର୍ଣ୍ଣ ଛାତ୍ରୀମାନଙ୍କୁ ସମ୍ନାନିତ କରା ଯାଇଥିଲା I ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗରର ଉପଜିଲ୍ଲାପାଳ ଅନିଲ୍ କୁମାର ସେଠୀ, ନଗରପାଳ ଗୋପବନ୍ଧୁ ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୁଷଣ ମହାପାତ୍ର, ରାଜସ୍ବା ଅଧିକାରୀ ଉମାଶଙ୍କର ବେହେରା ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ମଲ୍ଲିକ, କବିସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପୂର୍ଣଚନ୍ଦ୍ର ତ୍ରିପାଠୀ ଓ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ,ଅଧ୍ୟାପିକା ସମେତ କଲେଜର ସମସ୍ତ କର୍ମଚାରୀ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୨/୨୦୨୩---୮,୨୫ Sakhigopal News,2/12/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୨/୨୦୨୩---୮,୨୫ Sakhigopal News,2/12/2023