Breaking News

ସତ୍ୟବାଦୀରେ ପ୍ରୟାସ ଅନୁଷ୍ଠାନର କାର୍ଯ୍ୟାଳୟ ଖୋଲିଲା

 


ସାକ୍ଷୀଗୋପାଳ--- ସତ୍ୟବାଦୀ ଜୟପୁର ଛକ ନିକଟରେ ପ୍ରୟାସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଏକ କାର୍ଯ୍ୟାଳୟ ଖୋଲିଛି । ଉକ୍ତ ଅନୁଷ୍ଠାନ ବିଗତ ବର୍ଷରେ ସାକ୍ଷୀଗୋପାଳର ଅଁଳାନବମୀ ଓ ବଡ ଏକାଦଶୀ ପର୍ବରେ ଲୋକମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ସହ ଚା, ବିସ୍କୁଟ ବଣ୍ଟନ କରି ବେଶ ଲୋକଙ୍କର ଆଦର ହୋଇ ପାରିଛି । ଏପରିକି ସତ୍ୟବାଦୀ ,କଣାସ ବ୍ଳକର ଅଗ୍ନିବିପନ୍ନ ପରିବାରଙ୍କ ସହିତ ବିଭିନ୍ନ ରୋଗରେ ପଡିଥିବା ଲୋକମାନଙ୍କୁ ରକ୍ତଦାନ, ରୋଗୀ ସେବା ଯୋଗାଇ ଆସୁଛି । ଏହି ଅବସରରେ ସାକ୍ଷୀଗୋପାଳ ଠାରେ ନୂତନ କରି ଅନୁଷ୍ଠାନର କାର୍ଯ୍ୟାଳୟକୁ  ସାଧାରଣ ସମ୍ପାଦକ କାମାକ୍ଷା ପ୍ରଧାନ ଓ ସଭାପତି କୃଷ୍ଣଚନ୍ଦ୍ର ଜଗଦେବ ନଡିଆ ବାଡେଇ କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଚୁର୍ଯ୍ୟ ହୋତା, ଲକ୍ଷ୍ମଣ ବେହେରା, ଗଙ୍ଗାଧର ଛାଟୋଇ, ସୁରଥ ବେହେରା, ପ୍ରକାଶ ଅଚାର୍ଯ୍ୟ, ଟୁଲିଆ ପ୍ରଧାନ, ଚିତ୍ରସେନ ବରାଳ, ପ୍ରଭାତୀ ବେହେରା, ପ୍ରତିମା ପ୍ରଧାନ, ମିନତୀ ପ୍ରଧାନ, ଲକ୍ଷ୍ମୀପିୟା ବେହେରା ପ୍ରମୁଖ ଉପସ୍ଥିତି ରହିଥିଲେ । ବିଶେଷ କରି ଏହି ଅନୁଷ୍ଠାନ କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥିପ୍ରତି ସମସ୍ତ ସଦସ୍ୟ ସଦସ୍ୟା ମାନେ ଆଗେଇ ଆସିବା ପାଇଁ ଅନୁଷ୍ଠାନର ସାଧାରଣ ସମ୍ପାଦକ କାମାକ୍ଷା ପ୍ରଧାନ ସମସ୍ତଙ୍କୁ ନିବେଦନ କରିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧୨/୨୦୨୩----୭,୧୦

Blog Archive

Popular Posts