ଇଏ ବି ଜଣେ ନାରୀ , ବୃକ୍ଷ ରୋପଣ ସହ ବୁଲା ପଶୁ ପକ୍ଷୀଙ୍କର ସେବା କରି ନିଜକୁ ଧନ୍ୟ ମନ କରନ୍ତ
ସାକ୍ଷୀଗୋପାଳ -----ଆଜିର ଦିନରେ ଏପରି ଜଣେ ମହିଳା ଅଛନ୍ତି ଯିଏକି ଦେଶ ସେବା କରିବାକୁ ସେ କେବେ ପଛାଇ ନାହାନ୍ତି । ସମୟ ମିଳିଲେ ସେ ଗାଁ, ଗଣ୍ଡା ସଫେଇ କରିବା ସହ ବିଭିନ୍ନ ଶିକ୍ଷା , ଧର୍ମ ଅନୁଷ୍ଠାନ ସହିତ ରାସ୍ତା କରରେ ବୃକ୍ଷ ରୋପଣ କରିବାକୁ ସେ ପଛାଇ ନାହାନ୍ତି । ସେ ହେଉଛନ୍ତି ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ଗ୍ରାମର ଡଃ ଶାନ୍ତିଲତା ଅଧିକାରୀ । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ଧର୍ମଶାସ୍ତ୍ର ବିଭାଗରେ ଅଂଶକାଳିକା ଅଧ୍ୟାପିକା ରୂପେ ବର୍ତ୍ତମାନ କାମ କରୁଛନ୍ତି । ସରକାରୀ ଚାକିରି କରୁଥିଲେ ମଧ୍ୟ ସମାଜ ସେବାକୁ ଆପଣେଇ ନେଇଛନ୍ତି । ସମୟ ମିଲିଲେ ବିଭିନ୍ନ ବିଦ୍ୟାଳୟ, ଗ୍ରାମଞ୍ଚଳରେ ଥିବା ବିଭିନ୍ନ ଧର୍ମ ଅନୁଷ୍ଠାନ , ଗ୍ରାମଞ୍ଚଳ ରାସ୍ତା କରରେ ବୃକ୍ଷ ରୋପଣ କରିବା ତାଙ୍କର ଏହି ନିଶା ଏବେବି ରହିଛି । ଗ୍ରାମ ପିଲା, ମହିଳା ଗୋଷ୍ଠୀ ନଚେତ ଏକା ଏକା ବୃକ୍ଷ ରୋପଣ କରିବାକୁ ପଛାଇ ନାହାନ୍ତି । ଏତିକିରେ ତାଙ୍କ ମନ ବୁଝିନଥିଲା ଗାମ ଦାଣ୍ଡରେ ଅଳିଆ ଗଦା ହୋଇଥିଲେ ଉଠାଇବା ସହିତ , କବିତା ଲେଖିବା ଅନ୍ୟ ଏକ ତାଙ୍କର ହବି । ଏହା ସହିତ ତାଳପତ୍ରରେ ରାମାୟଣ, ମହାଭାରତ ସହିତ ବିଭିନ୍ନ ଗନ୍ଥ ଲେଖିବା ସହିତ ସଠିକ ଭାବେ ସଂଶୋଧନ କରିଥାନ୍ତି । ଅସହାୟ ପଶୁପକ୍ଷୀ ମାନଙ୍କର ସେବା କରିବା ସହ ଅସହାୟ ମଣିଷ ବ୍ୟକ୍ତି ବିଶେଷ ମାନଙ୍କର ସେବା କରିବାକୁ ସେ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି । ଜାତୀୟ ରାଜପଥରେ ଆହତ ପଣୁ ପକ୍ଷୀ ମାନଙ୍କୁ ସେବାକରିବା ତାଙ୍କର ଏକ ଅଭ୍ୟାସରେ ପଡିଗଲାଣି । ଆଖ ପାଖ ଗ୍ରାମରେ ବା ରାସ୍ତାରେ ଦୁର୍ଘଟଣା ଗସ୍ତ ପଣୁ ପକ୍ଷୀଙ୍କୁ ଲୋକମାନେ ରାସ୍ତା କରରେ ପିଙ୍ଗିଦେଇ ପଳାଇଥାନ୍ତି । ମାତ୍ର ଡଃଅଧିକାରୀ ଖବର ପାଇବା ମାତ୍ରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଆହତ ପଣୁ ପକ୍ଷୀର ସେବା କରିବା ଆରମ୍ଭ କରିଥାନ୍ତି । ଏକ ଷଣ୍ଢ ଜଣଙ୍କର ମଇଳା ଟାଙ୍କିରେ ପଡି ଯାଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀ ବହୁ ପରିଶ୍ରମ କରି ଷଣ୍ଢଟିକୁ ଉଦ୍ଦାର କରିଥିଲେ । ମାତ୍ର ଷଣ୍ଢଟି ଗୁରୁତର ଆହତ ହୋଇ ପଡି ରହିଥିଲା । ଖବର ପାଇ ଡଃ ଅଧିକାରୀ ଷଣ୍ଢଟିର ସେବା କରି ଚାଲିଛନ୍ତି । ଷଣ୍ଢର ଗୋଡରେ ଘା ହୋଇଯାଇଛି । ଗ୍ରାମର କିଛି ବ୍ୟକ୍ତି ବିଶେଷ ମାନେ ସହଯୋଗରେ ଷଣ୍ଢଟିର ଚିକିତ୍ସା ଜାରି ରହିଛି । ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର ପକ୍ଷରୁ ସ୍ୱଳ୍ପ ପରିମାଣର ମେଡିସିନ ପଠାଇ ଦେଇଛନ୍ତି । ମାତ୍ର କେହି ଆସୁନାହାନ୍ତି ଯାହାକି ମହିଳା ଜଣଙ୍କୁ ନିଜ ହାତରୁ ପଇସା ଖର୍ଚ୍ଚ କରି ଷଣ୍ମଟିର ଚିକିତ୍ସା ଏବେବି ଜାରି ରଖିଛନ୍ତି । ଏଥିରେ ସେ ମନଦୁଖଃ କରି ନାହାନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୧---୩,୩୫