ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକା
ଜଟଣୀ----- ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ପ୍ରଥମ ପର୍ଯ୍ୟାୟରେ ୧୦୦ଜଣ କରୋନା ଯୋଦ୍ଧାଙ୍କୁ ଟୀକାକରଣ କରାଯାଇଛି । ଶନିବାର ପୁର୍ବାହ୍ନ ସାଢେ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସି ମାଧ୍ୟମରେ ଏହି ଟିକାକରଣର ଶୁଭାରମ୍ଭ କରିଥିଲେ । ଅଙ୍ଗନୱାଡି କର୍ମୀର୍ଙ୍କଠାରୁ ଏହି ସେବା ଆରମ୍ଭ କରାଯାଇଥିଲା । ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଯିତେନ୍ଦ୍ର କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଜଟଣୀ ଅଞ୍ଚଳର ଅଙ୍ଗନୱାଡି ସୁପରଭାଇଜର ଲକ୍ଷ୍ମୀପିୟା ସାହୁଙ୍କୁ ପ୍ରଥମ ଟୀକା ପ୍ରଦାନ କରାଯାଇଥିଲା । କରୋନା ଟିକା ନେବାଲାଗି ୭୧୫ ଜଣ ନାମ ପଞ୍ଜିକୃତ କରିଥିଲା ବେଳେ ଶୁକ୍ରବାର ପୁର୍ବାହ୍ନରେ ୫୩୦ଟି ଟୀକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚିଥିଲା । ଏହି ଟୀକା ଆଜି ଯେଉଁ ଯୋଦ୍ଧାମାନଙ୍କୁ ପ୍ରଦାନ କରାଯିବ ଏହାର ୨୮ଦିନ ପରେ ଦ୍ୱିତୀୟଟିକା ପ୍ରଦାନ କରାଯିବ ବୋଲି ଡାକ୍ତର ଅନ୍ତର୍ଯ୍ୟାମୀ ତ୍ରିପାଠୀଙ୍କ ଠାରୁ ସୂଚନା ମିଳିଛି ।
ଜଟଣୀରୁ ରଙ୍ଗନାଥ ବେହେରା, ୧୭/୧/୨୦୨୧----୪,୩୫