Breaking News

ଓଭରବ୍ରିଜ କାର୍ଯ୍ୟ ତ୍ୱରାନିତ ଲାଗି ଜିଲାପାଳଙ୍କ କ୍ଷେତ୍ର ସମୀକ୍ଷା


 ଜଟଣୀ----- ବ୍ୟବସାୟୀଙ୍କୁ ଥଇଥାନ କରିବା, ବ୍ରିିଜ ନିର୍ମାଣ ସମୟରେ ଏବଂ ପରବର୍ତି ସମୟରେ ଆପ୍ରୋଚ ରୋଡ ପ୍ରଭୃତିଲାଗି ଗୁରୁତ୍ୱ ଦେବାକୁ କୁହାଯାଇଥିଲା । ଏନେଇ ଜିଲାପାଳଙ୍କ ସହିତ ଆଲୋଚନା ପରେ ଆପ୍ରୋଚରୋଡ ପାଇଁ ସୋମବାର ଜବରଦଖଲ ଉଛେଦ କରାଯିବା ସହିତ ଏହାର ୫ଦିନ ମଧ୍ୟରେ ବ୍ୟବସାୟୀମାନେ ନିଜନିଜ ଉଦ୍ୟମରେ ଜବରଦଖଲ ଉଛେଦ କରିନେବେ ବୋଲି ବ୍ୟବସାୟୀମାନେ ଜିଲାପାଳଙ୍କୁ କହିଛନ୍ତି । ଅନ୍ୟପଟେ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ୨୦୧୭ ମସିହାରେ ହୋଇଥିବା ଥଇଥାନ କମିଟିକୁ ବର୍ତ୍ତମାନ ଖୋଜୁଛି ବ୍ୟବସାୟ ସଂଘ । ବିଗତ ୨୦୧୭ ମସିହାରେ ତତକାଳୀନ ଖୋର୍ଦ୍ଧା ଜିଲାପାଳ ରୂପା ରୋଶନ ସାହୁ ମହୋଦୟାଙ୍କ ଉଦ୍ୟମରେ ଜଟଣୀ  ଥଇଥାନ ସରକାରୀ କମିଟି ଗଠନ କରାଯାଇଥିଲା । ଏହି କମିଟି ମାଧ୍ୟମରେ ଜଟଣୀର ସମସ୍ତ ଅବହେଳିତ ଏବଂ ଭୂମିହୀନ ଲୋକମାନେ ଥଇଥାନ ହୋଇପାରିଥାନ୍ତେ । ମାତ୍ର ଏହି କମିଟି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା  ନାହିଁ  ଏବଂ ଏହି କମିଟିର କୈାଣସି ବୈଠକ ମଧ୍ୟ ଏଯାଏଁ କରାଗଲା ନାହିଁ । ଏଥିରେ ଭୂବନେଶ୍ୱର ଅତିରିକ୍ତ ଜିିଲାପାଳ କମିଟିର ଅଧ୍ୟକ୍ଷ ରହିଥିଲା ବେଳେ କମିଟିର ସଦସ୍ୟ ଆବାହକଭାବେ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରହିଥିଲେ  । ସେହିପରି ଏହାର ସଦସ୍ୟମାନେ ହେଲେ ଭୂବନେଶ୍ୱର ଉପଜିଲାପାଳ, ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜଟଣୀ ତହସିଲଦାର ଓ ଖୋର୍ଦ୍ଧା ଭୂମି ଗ୍ରହଣ ଅଧିକାରୀ ପ୍ରଭୃତି ବରିଷ୍ଠ ସରକାରୀ ଅଧିକାରୀମାନେ ଏହି କମିଟିରେ ସଦସ୍ୟ ରହିଥିଲେ  । ମାତ୍ର ଏହି କମିଟି ଦ୍ୱାରା ରାଜ୍ୟ ଏବଂ ରେଳବିଭାଗ ଅଧିନରେ ରହିଥିବା ଭୂମିହୀନମାନଙ୍କୁ ଥଇଥାନ, ବ୍ୟବସାୟୀଙ୍କୁ ଥଇଥାନ ଓ ସୁରକ୍ଷା ଇତ୍ୟାଦି ୧୦ଟି ସମସ୍ୟାର ସମାଧାନ କରିବାକୁ  କମିଟି ଗଠନ କରାଯାଇଥିଲା । ଜଟଣୀର ବହୁପ୍ରତିକ୍ଷୀତ ରେଳପଥ ଫ୍ଲାଏଓଭରବ୍ରିଜ ନିର୍ମାଣଲାଗି ଦିର୍ଘଦିନରୁ ଆଶା ଓ ଆଶଙ୍କା ମଧ୍ୟରେ ଜଟଣୀବାସୀ ରହିଛନ୍ତି । 

 ଜଟଣୀରୁ ରଙ୍ଗନାଥ ବେହେରା , ୧୭/୧/୨୦୨୧----- ୪, ୪୦


Blog Archive

Popular Posts