ଘରୋଇ କଳିରୁ ମାରପିଟ୍ -୨ଗିରଫ
ଡେଲାଙ୍ଗ-ଡେଲାଙ୍ଗ ଥାନା ଅଧିନସ୍ଥ ବ୍ରାହ୍ମଣ ତରାବୋଇ ଗ୍ରାମରେ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଉଗ୍ରରୁପ ଧାରଣ କରିବାରୁ ସାନଭାଇ କୁଳମଣି ମହାରଣା ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତିକରି ଡେଲାଙ୍ଗ ଥାନାରେ ଏସଂକ୍ରାନ୍ତରେ ୮/୨୧ ଏକ ମାମଲା ରୁଜୁ କରାଯାଇଛି । ବଡଭାଇ ନିଳମଣି ବେହେରା ଓ ତାଙ୍କ ଶଳା ସାତଶଂଖ ଅଣିଜଙ୍ଗ ଗ୍ରାମର ତ୍ରିନାଥ ମହାରଣାଙ୍କୁ ପୁଲିସ ଗିରଫ୍ କରି କୋର୍ଟ ଚାଳଣ କରିଛି । ମିଳିଥିବା ସୁଚନା ଅନୁଯାଇ କୂଳମଣିଙ୍କ ବାପାଙ୍କ ଦେହାନ୍ତ ପରେ ଦୁଇ ଭାଇଙ୍କ ମଧ୍ୟରେ ସୁଧଘର କାର୍ଯ୍ୟକରିବା ନେଇ ବଚସା ସୃଷ୍ଟି ହେବା ସହ ଗଣ୍ଡଗୋଳ ଘଟିଥିଲା ।ବଡଭାଇ ନିଳମଣି ମହାରଣା ଓ ତାଙ୍କ ଶଳା ତ୍ରିନାଥ ମହାରଣା ମିଳିମିଶି କୁଳମଣିଙ୍କୁ ମାରପିଟ୍ କରିବା ପରେ ସେ ଡେଲାଙ୍ଗ ଥାନାରେ ଅଭିଯୋଗ ଆଣିଥିବା ବେଳେ ବଡଭାଇ ମଧ୍ୟ ସାନଭାଇଙ୍କ ନାମରେ ପାଲଟା ଅଭିଯୋଗ ଆଣିଥିଲା । ପୁଲିସ ତଦନ୍ତ ମୁତାବକ ସାନ ଭାଇର ଅଭିଯୋଗ ଉପରେ ଡେଲାଙ୍ଗ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ବଡଭାଇ ନିଳମଣି ଓ ତାଙ୍କ ଶଳା ତ୍ରିନାଥ କୁ ପୁଲିସ ଗିରଫ କରି କୋର୍ଟ ଚାଳଣ କରିଥିବା ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୧/୨୦୨୧-----୯,୪୦