Breaking News

୧୪ତମ ଉଇଣ୍ଟର ଧମାକା କ୍ରିକେଟ ମ୍ୟାଚ; ଏମକେସିସି ବିଜୟୀ


 ଡେଲାଙ୍ଗ ------- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ପଞ୍ଚାୟତ ଅଧିନସ୍ଥ ଗୋଦାସାହି ଠାରେ ୧୪ତମ ଉଇଣ୍ଟର ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚର ଆୟୋଜକ ଭାବେ ଆରପିସିସି ଗୋଦାସାହି ରହିଥିଲେ । ଫାଇନାଲ  ମ୍ୟାଚ ଏମକେସିସି ଦଳ ସହିତ ଏମବିସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ବ୍ୟାଟିଂକରି  ଏମକେସିସି ଦଳ ୨୨ଓଭରରେ ୧୦ ଉଇକେଟ ହରାଇ ୧୫୨ ରନ ସଂଗ୍ରହ କରିଥିଲେ । ଜବାବରେ ଏମବିସିସି ଦଳ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୧୦୪ ରନ ସଂଗ୍ରହ କରିଥିଲେ ।ଏହି ମ୍ୟାଚକୁ ଏମକେସିସି ଦଳ ୪୮ ରନରେ ବିଜୟୀ ହୋଇଥିଲେ ।  ବନ ବିହାରୀ ବିଶ୍ୱାଳ ଓ ଲଛମନ ବେହେରା ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ସମ୍ବିତ ବିଶ୍ୱାଳ  କାର୍ଯ୍ୟ ତୁଲାଇଥିଲେ । ପୁରଷ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଡିପୁଟ ମାଟିଆପଡା ପଞ୍ଚୟତର ପୁର୍ବତନ ସରପଞ୍ଚ ଦୁବାଶା ନିଶଙ୍କ  ଓ ସମ୍ମାନିତ ଅତିଥିଭାବେ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ ଯୋଗଦେଇଥିଲେ । ଅତିଥିଭାବେ ସ୍ଥାନିୟ ସରପଞ୍ଚ ଦମୟନ୍ତି ନିଶଙ୍କ, ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତି.ଡେଲାଙ୍ଗ ବ୍ଲକ ଆତ୍ମା ର ସଭାପତି ସୁଧାକର ମାର୍ଥ ଓ ସମାଜସେବୀ ଅଶ୍ୱନି ବଳିଆରସିଂହ ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ବିଜେତାଙ୍କୁ ଟ୍ରଫି ଓ ଚେକ୍ ପ୍ରଦାନ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୧----୬,୩୫ 

Blog Archive

Popular Posts