କୃପାନିଧି ସରସ କବି ଭାବେ ସମ୍ମାନୀତ ହେଲେ
ସାକ୍ଷୀଗୋପାଳ ------- ନିଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସରେ ସରସ କବି ଭାବେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ହିରଣ୍ୟପଡା ଗ୍ରାମର କୃପାନିଧି ପ୍ରଧାନ ସମ୍ମାନୀତ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭତ୍ତହରି ମହତାବ, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ , ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପ୍ରସନ୍ନ ଅଚାର୍ଯ୍ୟ ଓ ଅମର ଶତପଥୀ ପ୍ରମୁଖ ଏହି ମହୋତ୍ସବରେ ଯୋଗ ଦେଇଥିଲେ । କୃପାନିଧି ପିଲା ଦିନରୁ କବିତା ଲେଖିବା ଏକ ସଉକ ରଖିଥଲେ । ସେ ବିଭିନ୍ନ ଯାଗାରେ କବିତା ପାଠ କରି ସମ୍ମାନୀତ ହୋଇଛନ୍ତି । ଏହି ଉତ୍ସବରେ କୃପାନିଧିଙ୍କୁ ସରସ କବି ଭାବେ ଉପସ୍ଥିତ ଥିବା ଅତିଥି ମାନେ ଫୁଲତୋଡା ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୧---୬,୪୦