Breaking News

ବେଗୁନିଆରେ ଜାନକୀଙ୍କ ଜୟନ୍ତୀ,ବେଗୁନିଆ ପ୍ରତି ଜାନକୀଙ୍କ ଅବଦାନ ଅନନ୍ୟ


 ବେଗୁନିଆ----- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କର୍ମଭୂମି ବେଗୁନିଆ ପ୍ରତି ଅବଦାନ ଅନନ୍ୟ ବୋଲି ତାଙ୍କ ୯୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମତପ୍ରକାଶ ପାଇଛି । ରବିବାର ପୂର୍ବାହ୍ନରେ ସ୍ଥାନୀୟ ଆଦର୍ଶ କ୍ଲବ ସଭା ଗୃହରେ ବେଗୁନିଆ ଜାନକୀ ବଲ୍ଲଭ ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ସରପଞ୍ଚ ନବ କିଶୋର ସ୍ବାଇଁ ପୌରୋହିତ୍ୟ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମଲ୍ୟାର୍ପଣ ପରେ  ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ କରାଯାଇଥିଲା । ସଭାରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ଓ ସମାଜସେବୀ ପ୍ରଦୀପ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ପୂର୍ବତନ ସରପଞ୍ଚ ହାଡୁବନ୍ଧୁ ମହାପାତ୍ର, ନାଏବ ସରପଞ୍ଚ ପ୍ରସନ୍ନ ବାରିକ,ସମାଜସେବୀ ମଧୁସୂଦନ ସୁବୁଦ୍ଧି,ବଂଶୀଧର ପଣ୍ଡା,ଓମ ପ୍ରକାଶ ବାହୁ ବଳେନ୍ଦ୍ର,ପ୍ରଶାନ୍ତ ବେହେରା,ସରୋଜ କୁମାର ପାଳ, ସୁରେନ୍ଦ୍ର କୁମାର ପାଲଟାସିଂହ,ସଲମନ ହୁସେନ,ଅକ୍ଷୟ କୁମାର ରଥ ଓ ଭ୍ରମର ଦାସଙ୍କ ସହ ବହୁ ଜାନକୀପ୍ରେମୀ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଶେଷରେ ସମାଜସେବୀ ଲକ୍ଷ୍ମୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା ,୪/୧/୨୦୨୧---- ୩,୧୦

Blog Archive

Popular Posts