ମା ବିଞ୍ଜେଶ୍ୱରୀ କ୍ରିକେଟ ଲିଗ ମ୍ୟାଚ ଓ ସେମିଫାଇନାଲ ମ୍ୟାଚ ଶେଷ ; ଫାଇନାଲରେ ପିଢ଼ପାଟଣା ଦଳ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକର ଗଉଡକେରା ଗ୍ରାମର ମା ବିଞ୍ଜେଶ୍ୱରୀ ଯୁବକ ସଂଘ ଓ ବେରବୋଇ ସ୍ଥିତ ରଞ୍ଜନା ଟିଭିଏସ ମଟର ସାଇକେଲ ସୋ ରୁମ ସହଯୋଗରେ ପ୍ରଥମ ବାର୍ଷିକ ଲିଗ ମ୍ୟାଚ ଶ୍ରୀପୁରୁଷୋତ୍ତମପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ତୁତୀୟ ଲିଗ ମ୍ୟାଚ ପିଢ଼ପାଟଣା କ୍ରିକେଟ କ୍ଳବ ସହିତ ପକ୍ଷୀମୁଣ୍ଡ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚଜିତି ପିଢ଼ପାଟଣା ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୯ ଉଇକେଟ ହରାଇ ୧୧୬ ରନ କରିଥିଲେ । ଜବାବରେ ପକ୍ଷୀମୁଣ୍ଡ କ୍ରିକେଟ ଦଳ ୧୧୭ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିଲା । ୮ ଓଭରରେ ସମସ୍ତ ଉଇକେଟ ହରାଇ ୫୬ ରନ କରିଥିଲେ । ୬୦ ରନରେ ପିଢ଼ପାଟଣା ଦଳ ଜିତିଥିଲେ । ସେହିପରି ଚତୁର୍ଥ ଲିଗ ମ୍ୟାଚଟି ଜେନାପୁର କ୍ରିକେଟ କ୍ଳବ ସହିତ ମାଛପଡା କ୍ରିକେଟ କ୍ଳବ ସହିତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ମାଛପଡା କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୬୩ ରନ କରିଥିଲେ । ଜବାବରେ ଜେନାପୁର କ୍ରିକଟେ ଦଳ ୫.୨ ବଲରେ ଗୋଟିଏ ଉଇକେଟ ହରାଇ ୬୪ ରନ କରି ବିଜୟୀ ହୋଇଥିଲେ । ସେହିପରି ସେମିଫାଇନାଲ ମ୍ୟାଚ-୧ ଜେନାପୁର ସହିତ ପିଢ଼ପାଟଣା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପିଢ଼ପାଟଣା ଦଳ ଟଚ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟ ହରାଇ ୮୪ ରନ କରିଥିଲେ । ଜବାବାରେ ଜେନାପୁର ଦଳ ୧୦ ଓଭରରେ ୮ ଉଇକେଟ ହରାଇ ୭୯ ରନ କରିବାକୁ ସକ୍ଷମ ହୋଇଥିଲେ । ୫ରନରେ ପିଢ଼ପାଟଣା ଦଳ ବିଜୟୀ ହୋଇ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୧---୬,୩୦