Breaking News

ଅଲ ଇଣ୍ଡିଆ କେ, କେ, ଏମ, ଏସର ଧାରଣା ମଞ୍ଚ ଜାରି


 ଡେଲାଙ୍ଗ --------- ଡେଲାଙ୍ଗ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ନୂଆହଟ ଗ୍ରାମରେ ଧାରଣା ମଞ୍ଚ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଗଠନର ସଦସ୍ୟ ତ୍ରିପାଥ ପ୍ରଧାନ, ଟୁକୁନା ବେହେରା, ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇଥିଲେ । କେନ୍ଦ୍ରରେ ବିଜେପି ସରକାର ଆଣିଥିବା ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ, ଘରୋଇ ମଣ୍ଡି ଆଇନ, ଚୁକ୍ତି ଚାଷ ଆଇନ ଓ ବିଦ୍ୟୁତ ବିଲ ୨୦୨୦ ଲାଗୁ ହେଲେ ଏଥିରେ ବିଶେଷ କରି ଚାଷୀ ଓ ଜନସାଧାରଣ କିପରି କ୍ଷତିଗସ୍ତ ହେବେ ତାହା ଉପରେ ମନ୍ତବ୍ୟ ରଖିଥଲେ । ଯେଉଁଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ଆଇନ ବାତିଲି ନ କରିଛନ୍ତି ସେତେଦିନ ପର୍ଯ୍ୟନ୍ତ ଏହିପରି ଆନ୍ଦୋଳନ ଜାରି ରହିବ ବୋଲି ଯୋଗଦେଇଥବା ଅତିଥି ମାନେ ମତ ପ୍ରକାଶ କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି --୧/୧/୨୦୨୧----୭,୪୦

Blog Archive

Popular Posts