Breaking News

ମୋ ଡେଲାଙ୍ଗ-- ସବୁଜ ଡେଲାଙ୍ଗ ଅଭିଯାନ ଆରମ୍ଭ


 ଡେଲାଙ୍ଗ ------- ଆଜି ଇଂରାଜୀ ବର୍ଷର ନୂତନ ଦିନ ବା ପ୍ରଥମ ଦିନ ରାଜ୍ୟ ସରକାର କୋଭିଡ-୧୯ ଆଇନ ଅନୁଯାୟୀ ରାତିକର୍ଫ୍ୟୁ ଜାରି କରିଥିଲେ । ସକାଳୁ ସାକଳୁ ବିଭିନ୍ନ ଛକ ବଜାର ମାନଙ୍କରେ ଭିଡ ପରିଲକ୍ଷିତ ହୋଇଥିଲା । ଅନେକ ଯୁବକ ମାନେ ଭୋଜି ଭାତର ଆୟୋଜନ ପାଇଁ ପ୍ରସ୍ତୁତି କରୁଥବା ବେଳେ ବୋଲକଣା ଗ୍ରାମର ଯୁବ ଆଇନଜୀବୀ ତଥା ପରିବେଶ ବିତ୍ତି ହୃଷିକେଷ ପାଢ଼ୀ ଡେଲାଙ୍ଗକୁ ସବୁଜ ଡେଲାଙ୍ଗ କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି । କିପରି ରାତି ପାହିବ ୨୦୨୧ କ୍ୟାଲେଣ୍ଡରର ପ୍ରଥମ ଦିନରେ ରାତିରେ ଦେଖିଥିବା ସ୍ୱପ୍ନକୁ ସେ ସାକାର କରିବା ପାଇଁ ଆଗେଇ ଆସିଛନ୍ତି । ତାଙ୍କର ନୂତନ ବର୍ଷରେ ସ୍କୋଗାନ ରଖିଛନ୍ତି ମୋ - ଡେଲାଙ୍ଗ, ସବୁଜ ଡେଲାଙ୍ଗ । ଏହି ଅଭିଯାନକୁ ଡେଲାଙ୍ଗ ତହସିଲଦାର  ରାଜେନ୍ଦ୍ର ଆଚାରୀଆ ଓ ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ ବ୍ୟାନର ସହିତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଶ୍ରୀ ପାଢ଼ୀ  ତାଙ୍କ ବ୍ୟାନରରେ ବାୟୁ ପ୍ରଦୁଷଣ ରୋକିବା ପାଇଁ ସାଇକେଲ ଓ ବ୍ୟାଟେରି ଚାଳିତ ସ୍କୁଟି ବ୍ୟବହାର କରିବାକୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେବା ସହ ଡେଲାଙ୍ଗକୁ ସବୁଜ ଡେଲାଙ୍ଗ କରିବା ପାଇଁ ବାର୍ତ୍ତା ପ୍ରଚାର କରିଛନ୍ତି । ଏହା ମଧ୍ୟରେ ଶ୍ରୀ ପାଢ଼ୀ ଡେଲାଙ୍ଗ ଷ୍ଟେସନ ସ୍ଥିତ ପ୍ରଭାତ କ୍ଳବ ଠାରେ ଦୁଇଟି ନିମ୍ବ ଗଛ ମଣିଜିପୁର ଗ୍ରାମରେ ରାଧାଚୁଡା ଓ ନିଜ ବୋଳକଣା ଗ୍ରାମରେ ଡାଳିମ୍ବ ଗଛ ଲୋକମାନଙ୍କୁ ପ୍ରଦାନ କରିବା ସହ ସବୁଜ ଡେଲାଙ୍ଗ ବାର୍ତ୍ତା ପ୍ରଦାନ କରିଥିଷଲ । ଆଗମି ଦିନରେ ଡେଲାଙ୍ଗ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତକୁ ଗସ୍ଥ କରି ସବୁଜ ଡେଲାଙ୍ଗ ବାର୍ତ୍ତା ପ୍ରଚାର କରିବା ସହ ବିଭିନ୍ନ ଗଛ ଚାରା ବଣ୍ଟନ କରିବେ ବୋଲି ଶ୍ରୀ ପାଢ଼ୀ ଜଣାଇଛନ୍ତି । ଶ୍ରୀ ପାଢ଼ୀଙ୍କର ଏହି କାର୍ଯ୍ୟକ୍ରମକୁ ଡେଲାଙ୍ଗ ତହସିଲଦାର ଓ ଅତିରିକ୍ତ ତହସିଲଦାର ବେଶ ପ୍ରଶାଂସ କରିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧/୧/୨୦୨୧-----୭, ୩୫

Blog Archive

Popular Posts