ତିର୍ତୋଲ ର ବିଜେପି କାର୍ଯ୍ୟାଳୟ ଉଦଘାଟନ ଅସନ୍ତୁଷ୍ଟ ଙ୍କ ହୋ ହାଲା ଓ ନାରାବାଜି
ଜଗତସିଂହପୁର--- ତିର୍ତୋଲ ସରଣୀ ଛକ ଆନନ୍ଦ ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ , ବିଜେପି ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି । ଏଥିରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁବକ୍ସିପାତ୍ର,ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର , ପାରାଦୀପ ଯୁବ ନେତା ସମ୍ପଦ ସ୍ୱାଇଁ ,ବୁଲୁ ପ୍ରଧାନ, ପ୍ରକାଶ ବେହେରା ,ଆଦି ଜିଲ୍ଲା ପ୍ରଭାରୀ,ବ୍ଲକ ପ୍ରଭାରୀ, ଆଦି ଅନେକ କର୍ମୀ ଉପସ୍ଥିତ ଥିଲେ । ଏହି ବୈଠକରେ କିଛି ଅନ୍ୟ ଦଳର କର୍ମୀ ବିଜେପି ରେ ସାମିଲ ହୋଇଥିଲେ । ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ସାରଦା ପ୍ରଧାନ ଙ୍କ ବିରୋଧରେ ନାରାବାଜି କରିଥିଲେ, ଏହି ସମୟରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ନିର୍ବାଚନ ରଣାଙ୍ଗନ କିଭଳି ଭାବରେ ଦଳ ଲୋକ ମାନଙ୍କର ଆସ୍ଥାଭାଜନ ହେବା ସହ , କିଭଳି ଭାବରେ ଭୋଟ ହାତେଇବେ ସେ ନେଇ ଚର୍ଚ୍ଚା ଓ ସମୀକ୍ଷା ମଧ୍ୟ ହୋଇଥିଲା । ଏହି ସଭା ଚାଲିଥିବା ସମୟରେ ବାହାରୁ ସୁଭିଥିଲା ବିଜେପି ଯୁବ ନେତାଙ୍କ ବିରୋଧ ର ସ୍ୱର । ଗତକାଲି ଟାଣୁଆ ନେତା ରମାକାନ୍ତ ଭୋଇ ଦଳ ଛାଡି ଥିବା ବେଳେ , ଆଜି ତିର୍ତୋଲ ଯୁବ ମୋର୍ଚ୍ଚା କୁ ଅଣଦେଖା କରାଯାଇ ସଭା ଆୟୋଜନ କରାଯାଇଥିବା ର ଯୁବ ମୋର୍ଚା ର ସଭ୍ୟ ମାନେ ଅଭିଯୋଗ ଉଠାଇଛନ୍ତି । ଏଥିରେ ଦଳ ପାଇଁ ଜେଲ ଯାଇ , ଦଳ ପାଇଁ କାମ କରି ଆମକୁ ହତାଦର କରାଯାଉଥିବା ଅଭିଯୋଗ କରି ସଭା ମଧ୍ୟରେ ବିରୋଧ କରିଥିଲେ କିଛି କର୍ମୀ । ଆଗକୁ ଆସୁଥିବା ଉପନିର୍ବାଚନ ରେ ବାହାର ଅନ୍ୟ ଜିଲ୍ଲା ର ଜଣେ ବ୍ୟକ୍ତିଙ୍କୁ ଆଣି ତିର୍ତୋଲ ନିର୍ବାଚନ ମଙ୍ଗ ଧରାଇବା ଓ ତିର୍ତୋଲ ମାଟିର ଯୁବ ଚେହେରା ଙ୍କୁ ପ୍ରାଧାନ୍ୟ ନ ଦେବା କଥା ଆଜି ବିଜେପି ସଂଗଠନ ର ଉପରିସ୍ଥ କର୍ମକର୍ତା ଙ୍କ ପାରିବା ପଣିଆ କୁ ପଦାରେ ପକାଇଛି । ଏହି ସଭାରେ ବିଭିନ୍ନ ପଞ୍ଚାୟତ ରୁ ଅନେକ କର୍ମୀ ଯୋଗ ଦେବା ସହ ନିର୍ବାଚନ ପରିଚାଳନା ପାଇଁ ଗୁରୁମନ୍ତ୍ର ନେଇଥିଲେ ।ଅନ୍ୟପକ୍ଷରେ ତରଜଙ୍ଗା ପଞ୍ଚାୟତ ର ପୂବପଡା ଗ୍ରାମରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ପାର୍ଥୀ ଶିବପ୍ରସାଦ ସାହୁ , ଅଶୋକ ମହାନ୍ତି, କେନ୍ଦ୍ରାପଡ଼ା ଅଞ୍ଚଳ ର ବିଧାୟକ, ସାଗର ସାମଲ ପ୍ରମୁଖ କର୍ମୀ ମାନଙ୍କୁ ଆଗାମୀ ନିର୍ବାଚନ ରେ ବିଜେପି ପାଇଁ ଅଣ୍ଟା ଭିଡ଼ିବାକୁ ପରାମର୍ଶ ଦେଇଥିଲେ ।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର