ପୋଖରୀରେ ବୁଡି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟଣା ; ମୃତକଙ୍କ ପରିବାରକୁ ସମବେଦନା
ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡମୋଟରୀ ପଞ୍ଚାୟତ ଅଧିନ ଗଣ୍ଡପଡା ଗ୍ରାମର ଦୁଇ ନାବାଳିକା ଶିଶୁ କନ୍ୟା ବୁଧବାର ପୋଖରୀରେ ବୁଡି ପ୍ରାଣ ହରାଇଥିଲେ । ଏହି ଘଟଣାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମିଳିଥିବା ସୁଚନାନୁଯାଇ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଓ ବିଜେଡିର ସ୍ଥାନିୟ ଯୁବନେତା ତଥା ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ଗଡମୋଟରୀ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧୀ ରମଣୀ ରଞ୍ଜନ ଚମ୍ପତିରାୟ,କଲ୍ୟାଣପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସଂଜୟ କୁମାର ଜେନା ଓ ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ପ୍ରମୁଖ ଆଜି ମୃତ ଶିଶୁ କନ୍ୟା ଦ୍ୱୟଙ୍କ ପରିବାର ଭେଟି ସମବେଦନା ଜଣାଇବା ସହ ଉଭୟ ପରିବାରଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି । ମିଳିଥିବା ସୁଚନାନୁଯାଇ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ତାଙ୍କର କିଛି ସମର୍ଥକଙ୍କୁ ସାଙ୍ଗରେ ଧରି ଉକ୍ତ ପରିବାରଙ୍କୁ ଭେଟି ସମବେଦନା ଜଣଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି