Breaking News

୬୬ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ

  ଡେଲାଙ୍ଗ -------ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୬୬ତମ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ନେଥ ଏକ ସଚେତନତା ଆଲେଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଅକ୍ଟୋବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଏହା ପାଳିତ ହୋଇଥାଏ । ପରିବଶେ କର୍ମୀ ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ନେତ୍ୱତୃରେ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।  ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପଅଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା, ପୁରୁଷୋତ୍ତମ ନାୟକଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟର ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତଙ୍କ ସହିତ ପୁରାତନ ଛାତ୍ରଛାତ୍ରୀ ,ଆଶା ଦିଦ. କୃଷି, ମହିଳା ଗୋଷ୍ଠୀ ଓ ଗ୍ରାମବାସୀ ମାନେ ଯୋଗଦେଇ ନିଜ ନିଜର ବୃକ୍ତବ୍ୟ ରଖିଥଲେ । ଜଙ୍ଗଲ ସମ୍ପଦର ସୁକ୍ଷା ଓ ବନ୍ୟପ୍ରାଣୀ  ମାନଙ୍କର ସୁରକ୍ଷା ଓ ସଂରକ୍ଷଣ ଉପରେ ବିଶେଷ କରି ଆଲେଚନା କରାଯାଇଥିଲା । ଯେପରି ଆମ ଅଞ୍ଚଳରୁ ଶାଗୁଣା, ଶଙ୍ଖଚିଲ, ଗୃହବଣି, ଧଳା ପେଚା, ବାଦୁଡି, କାକତୁଆ , ସାରୀ ଆଦି ବନ୍ୟପ୍ରାଣୀ ଲୋପ ପାଇବାକୁ ବସିଲେଣି । ସର୍ବେପରି ଜଙ୍ଗଲରୁ ସୁରକ୍ଷା ନ ହେଲେ ଜୀବଜଗତ, ପ୍ରାଣୀଜଗତ ତିଷ୍ଟି ରହିବା କଷ୍ଟକର ହୋଇପଡିବ , ଆଗାମୀ ଦିନରେ ସମାଜରବହୁ କ୍ଷତି ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଶେଷରେ ପକୃତିବନ୍ଧୁ  ତଥା ଗଛ ପ୍ରେମୀ ବିଶ୍ୱଜିତି ପରିଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।  ସେହିପରି ସେଭ ଦି ଆର୍ଥ ଫାଉଣ୍ଡସେନର ପକ୍ଷରୁ ବୋଳକଣା ଗ୍ରାମ ସ୍ଥିତ କମ୍ୟୁନିଟ ହଲରେ ୬୬ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ, ବନାଞ୍ଚଳ ଅଧିକାରୀ ନରଞ୍ଜନ ମହାପାତ୍ର ଓ ଆକାଶ ରଂଜନ ରଥ ପ୍ରମୁଖ ଯୋଗ ଦେଇ ଜଙ୍ଗଲ ରହିଲେ ବନ୍ୟପ୍ରାଣୀ ସୁରକ୍ଷିତ ରହିବେ ବୋଲି କହିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପକୃତିବନ୍ଧୁ ବିଶ୍ୱଜିତି ପରିଡା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । 

  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts