Breaking News

ପଞ୍ଚସଖା ମଣ୍ଡପ ସଫେଇ


 ସାକ୍ଷୀଗୋପାଜ୍ଞ ----  ଅକ୍ଟୋବର ୯ ତାରିଖ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯିବ । ଏହାକୁ ମଧ୍ୟ ଜିଲ୍ଳା ପ୍ରଶାସନ ପାଳନ କରିବା ପାଇଁ ପ୍ରସ୍ତୁତି କରିଛି ।  ୩୧୬ନଂ ପୂରୀ- ଭୁବନେଶ୍ୱର ଜାତୀୟ ରାଜପଥର ସାକ୍ଷୀଗେ।।ପଳ ଜଳସେଚନ ବିଭାଗ ଡାକବଙ୍ଗଳା  ନିକଟରେ ଥିବା ପଞ୍ଚସଖା ମଣ୍ଡପକୁ ଆଜି ସଫେଇ କରାଯାଇଛି । ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ନିରୁ ବେହେରା ଓ ଯୁବଛାତ୍ର ନେତା ବିଶ୍ୱଜିତି ପରିଡାଙ୍କ ତତ୍ୱବଧାନରେ ମଣ୍ଡପ ସଫେଇ କରାଯାଇଛି । ମହାପୁରୁଷଙ୍କ  ପ୍ରତିମୂର୍ତ୍ତିରେ ଥିବା ପୁରୁଣା ଫୁଲମାଳ ଗୁଡିକ କାଡିବା ସହ ମୂର୍ତ୍ତି ଗୁଡିକ ପାଣି ପକାଯାଇ ସଫା ସୁତରା କରାଯାଇଛି । ଏଠାରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲାପ୍ରଶାସନ, ବ୍ଳକ ପ୍ରଶାସନ ଓ ବିଭିନ୍ନ ଦଳୀୟ ରାଜନୈତିକ ନେତା ମାନେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ କରିବେ । ଏବର୍ଷ କୋଭିଡ-୧୯ ଅନୁଯାୟୀ ସବୁ କାଟଛାଟ କରାଯାଇଥିବା ଜଣାପଡିଛି । 

ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts