Breaking News

ଧାନବିକ୍ରୟ ପାଇଁ ନାମ ପଞ୍ଜିକରଣ ଶେଷ ; ଅଧିକାରୀ ମାନଙ୍କ ଦ୍ୱାରା ତଦନ୍ତ ଆରମ୍ଭ


 ସାକ୍ଷୀଗୋପାଳ ------- ଖରିଫ ଋତୁ ପାଇଁ ଚାଷୀ ମାନେ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ ତାରିଖ ଶେଷ ହୋଇଯାଇଛି । ବିଭିନ୍ନ ସେବା ସମବାୟ ସମିତି ମାଧ୍ୟମରେ  ଧାନ ମଣ୍ଡି ଖୋଲିବ । ସେଠାରେ ଚାଷୀ ମାନେ ଧାନ ବିକ୍ରୟ କରିବେ । ମାତ୍ର କେତେକ ସେବା ସମବାୟ ସମିତିରେ ୧୦ ଏକରରୁ ଅଧିକ ଧାନଜମି ଥିବା ଚାଷୀ ନାମ ପଞ୍‌ିକରଣ କରିଛନ୍ତି । ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ କମଳ କୁମାର ଆଚାର୍ଯ୍ୟ ଏକ ଟିମ ଗଠନ କରି  କ୍ଷେତ୍ରପରିଦର୍ଶନ କରିବା ସହ ସଠିକ ରିର୍ପୋଟ ଜିଲ୍ଲାପାଳଙ୍କୁ ଦେବେ । ସତ୍ୟବାଦୀ ବ୍ଳକରେ ପ୍ରାୟ ଦଶ ହଜାର ଚାଷୀ ଧାନ ବିକ୍ରୟ କରିବା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ବଡ ଚାଷୀ ରହିଛନ୍ତି । ଯେଉଁମାନଙ୍କର ଦଶ ଏକରରୁ ଅଧିକ ଜମିଥିବା ଦର୍ଶାଇ ନାମ ପଞ୍ଜିକରଣ କରିଛନ୍ତି । ଏ ବର୍ଷ ଧାନ ବିକ୍ରୟରେ ସ୍ୱଚ୍ଛତା ଆଣିବା ପାଇଁ ପୁରୀ ଜିଲ୍ଲାପାଳ ଶ୍ରୀ ସିଂହ ତଳସ୍ତରରୁ ଆରମ୍ଭ କରିଛନ୍ତି ତଦନ୍ତ ।  ଗୁରୁବାର ଦିନ ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର, ଗବକୁଣ୍ଡ   ବଳରାମପୁରଗଡ  ସେବା ସମବାୟ ସମିତିର ସମ୍ପାଦକପୂର୍ଣ୍ଣଚନ୍ଦ୍ର ମହାପାତ୍ର, କୃଷି ବିଭାଗର ଅଧିକାରୀ ରତିକାନ୍ତ ମିଶ୍ର, ଭି. ଏଲ. ଡବ୍ୟୁ ଓ ସମବାୟ ବିଭାଗର ପ୍ରସନ୍ନ କୁମାର ପରିଡା ପ୍ରମୁଖ ବଳରାମପୁରଗଡ ସେବା ସମବାୟ ସମିତିର ଦଶ ଏକରରୁ ଅଧିକ ଜମି ଥିବା ଚାଷୀ ସୁଆଣ୍ଡୋ ସ୍ଥିତ ଧୀରେନ୍ଦ୍ର ନାଥ ଦାସଙ୍କ କ୍ଷେତ୍ର ପରିଦର୍ଶନ କରିବା ସହ ଆଖ ପାଖ ଚାଷୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ । ଶ୍ରୀ ଦାସ ସଠିକ ତଥ୍ୟ ଦେଇ ପଞ୍ଜିକରଣ କରିଥିବାରୁ ଅଧିକାରୀ ମାନେ ଖୁସିହୋଇଥିଲେ । ଏହା ଫଳରେ କିଛି ମାତ୍ରାରେ ଚୋରା ଧାନ ବେପାରୀଙ୍କୁ ରୋକା ଯାଇ ପାରିବ ବୋଲି ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts