ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଦ୍ୱାରା ବରୀ ବନ୍ୟାଞ୍ଚଳରେ ସେବା କାର୍ଯ୍ୟ
ବରୀ- ଉତ୍କଳ ବିପନ୍ନ ସହାୟତା ସମିତି ଆନୁକୁଳ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରୀଖଣ୍ଡ ଏବଂ ଯାଜପୁର ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବନ୍ୟା ବିପନ୍ୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ବରୀରେ ସୃଷ୍ଟି ହୋଇଥିବା କରାଳ ବନ୍ୟାରେ ଲୋକଙ୍କ ଦୃବିସୟତା ଏବଂ ବିପନ୍ନତା ଉପଲବ୍ଧି କରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସ୍ୱୟଂସେବକ ମାନେ ଉତ୍ତରବରୀ ବେହେରାସାହି,ଅରଙ୍ଗାବାଦ ପଞ୍ଚାୟତର ବିଲସାହି, ଚିନ୍ତାସାହି,ଭବାନୀପୁର,କୋରଡ଼ାପିପ୍ପଲ୍,ବାଲିବିଲି ଅଞ୍ଚଳରେ ବନ୍ୟା ବିପନ୍ନ ପରିବାରଙ୍କୁ ଚୁ଼ଡ଼ା, ବିସ୍କୁଟ୍, ମହମବତୀ,ମଶାଧୂପ,ଦିଆସିଲି,ଚିନି,ପ୍ରଭୃତି ବଣ୍ଚନ କରି ଛନ୍ତି । ଏହି ସେବା କାର୍ଯ୍ୟରେ ଯାଜପୁର ଜିଲ୍ଲାର ଜିଲ୍ଲା କାର୍ଯ୍ୟବାହ ବରୁଣ ବନଛୋର, ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ସନ୍ଦିପ କୁମାର ବିଶ୍ବାଳ, ବରୀ ଖଣ୍ଡ କାର୍ଯ୍ୟବାହ ଶୁଭ୍ରଜିତ୍ ଧଳ, ସହ ଖଣ୍ଡ କାର୍ଯ୍ୟବାହ ଦୀପକ ଭରଦ୍ବାଜ, ଡକ୍ଟର ବିଶ୍ଵନାଥ ତ୍ରିପାଠୀ,ପ୍ରଭାତ୍ ମହାକୁଳ,ହୃଦାନନ୍ଦ ପାତ୍ର,ଶ୍ରୀକାନ୍ତ ବେହେରା,ସଂଗ୍ରାମ ମଲ୍ଲିକ,ଶ୍ରୀଧର ବାରିକ,ଗୁଣ୍ଠିଆ ଭାଇ,ସହ ବହୁ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।
ବରୀ ରୁ ଦର୍ଶନ ବେହେରା