ଅଳଗୁମ କାଠିଯାତ୍ରା ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଅଳଗୁମ କାଠିଯାତ୍ରା ଶେଷ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ସ୍ଥିତ ଅଳଗୁମ ଗ୍ରାମର ଆରଧ୍ୟ ଦେବୀ ମା’ଜାଗୁଳେଇଙ୍କ ପାରମ୍ପରିକ କାଠିଯାତ୍ରା ବିନା ଭକ୍ତରେ ପାଳିତ ହୋଇଯାଇଛି । ରାଜ୍ୟରେ ମହାମାରୀ କରୋନା ଯୋଗୁ ମାଙ୍କର ପିୟ ଭୋଗ ମଣ୍ଡା ପିଠା ଓ ଆମିଷ । ଏହି ପରିପେକ୍ଷୀରେ ଭାଦ୍ରବମାସ ଷଷ୍ଟୀ ତିଥିରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଠାକୁରାଣୀଙ୍କ ଆଖି ବର୍ଷକୁ ମାତ୍ର ୧୨ ଦିନ ଖୋଲାରହେ । ଅନ୍ୟ ଦିନରେ ମାଙ୍କ ଆଖି ବୁଜା ଯାଇଥାଏ । ୧୨ଟି ପଡାରେ ଦୁଆରୀ ଭୋଗ ଖାଇ ମା’ଙ୍କର ବିଜେ ପ୍ରତିମା ମନ୍ଦିରକୁ ଫେରିବା ପରେ କାଠିଯାତ୍ରା ଆରମ୍ଭ ହୋଇଥିଲା । ଘଣ୍ଟ, କାହାଳୀ, ଢୋଲ, ମହୁରୀ, ହରିବୋଲ, ଧ୍ୱନି ମଧ୍ୟରେ ମା’ଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଅଣାଯାଇ ୨୨ ହାତ ୨୨ ଅଙ୍ଗୁଳ ଲମ୍ବ ବିଶିଷ୍ଟ ଶାଳ କାଠରେ ଫୁଲମାଳ ବନ୍ଧା ଯାଇଥିଲା । ଶ୍ରଦ୍ଧାଳୁ ଓ ମାନସିକ ଧାରୀ ମାନେ ମା’ଙ୍କୁ ଅର୍ପଣ କରିଥିବା ଶହଶହ ସଂଖ୍ୟାରେ ଶାଢ଼ୀ ଗୁଡିକ ମହାରଣା ସେବକମାନେ ସେହି କାଠିରେ ବାନ୍ଧିଥାନ୍ତି । ଗ୍ରାମର ରଜକ ସେବକ ମାନେ ଶାଢୀ ବାନ୍ଧିବାରେ ସହଯୋଗ କରିଥିଲେ । ଶାଢୀ ବନ୍ଧା ପର୍ବ ସରିବା ପରେ ସୁସଜ୍ଜିତ କାଠି ମା’ଙ୍କ ଶ୍ରୀଅଙ୍ଗରେ ଲଗାଯାଇ ବେଢା ପରିକ୍ରମା କରାଯାଇଥିଲା । ବିନା ଭକ୍ତରେ ମାଙ୍କ ସେବାୟତ ମାନେ କାଠିଟିକୁ ମନ୍ଦିର ଠାରୁ ଏକ କିଲୋମିଟର ଦୂର ବାରବାଟୀ ପଡିଆକୁ ନେଇଥିଲେ । ପରେ ପରେ ମା’ଙ୍କୁ ମହାପ୍ରସାଦ, ପଣା, ପଇଡ ପୂଜାରୀ ସେବକ ମାନେ ସମର୍ପଣ କରିଥିଲେ । ସଂନ୍ଧ୍ୟାରେ କାଠି ମନ୍ଦିରକୁ ଫେରିଥିଲା । ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଜେ ପ୍ରତିମା ସୁରାଲାଗି ନିମନ୍ତେ ସୁରାଲାଗି ବରଗଛ ମୂଳରେ ରାତ୍ରି ଯାପନ କରିଥିଲେ । ତା ପରଦିନ ନୀତିକାନ୍ତି କରାଯାଇ ମାଙ୍କ ଆଖିରେ ବିରିଯାବ ଦିଆଯାଇଥିଲା । ଏ ବର୍ଷ କାଠି ଯାତ୍ରା ବିନା ଭକ୍ତରେ ଶେଷ ହୋଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି