ବରିଷ୍ଠ ସାମ୍ବାଦିକ ସମୀରରଞ୍ଜନ ଦାସ ଙ୍କ ଅକାଳ ବିୟୋଗ
ଜଗତସିଂହପୁର---ଜଗତସିଂହପୁର ଜିଲ୍ଲା ଅଧିନ ଏରସମା ବ୍ଳକ ବାଲିତୁଠ ଅଞ୍ଚଳର ପ୍ରଗତିବାଦୀ ଖବର କାଗଜ ପ୍ରତିନିଧି ତଥା ଓଡିଶା ସାମ୍ବାଦିକ ସଂଘ( ouj)କୁଜଙ୍ଗ ବ୍ଲକର ଉପସଭାପତି ଓ ସମାଜସେବୀ ସାମ୍ବାଦିକ ସମୀରରଞ୍ଜନ ଦାସଙ୍କ ହୃଦଘାତରେ ତାଙ୍କର ଅକାଳ ବିୟୋଗ ହୋଇଯାଇଛି । ଶ୍ରୀ ଦାସଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲାରେ ଗଭୀର ଶୋକର ଛାୟା ଖେଳିଯାଇଛି । ଶ୍ରୀ ଦାସ ତାଙ୍କ ଜୀବନ କାଳ ଭିତରେ ଏକ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ନିର୍ଭୀକ ସମ୍ବାଦ ପରିବେଷଣ ଓ ସମାଜର ସେବା କରି ଜିଲ୍ଲାର ବହୁ ପ୍ରଶଂସିତ ହୋଇଥିଲେ । ଗତ ବୁଧବାର ରାତ୍ର ପ୍ରାୟ ୨ଘଟିକା ସମୟରେ ଶ୍ରୀ ଦାସଙ୍କ ଦେହ ହଟାତ ଅସୁସ୍ଥ ହୋଇ ଛାତିର ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ପରିବାର ପକ୍ଷରୁ ତୁରନ୍ତ ତାଙ୍କୁ କୁଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା.ଳ। କିନ୍ତୁ ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ମୃତ ବେଳକୁ ତାଙ୍କୁ ୫୮ବୟସ ହୋଇଥିଲା । ମୃତ ର ଖବର ପ୍ରଚାର ହେବା ମାତ୍ର ତାଙ୍କର ମର ଶରୀର କୁ ଦେଖିବା ପାଇଁ ଜଗତସିଂହପୁର ଜିଲ୍ଲାର କୋଣ, ଅନୁକୋଣରୁ ବହୁ ବିସିଷ୍ଟ ବେକ୍ତି ମାନଙ୍କର ସୁଅ ଛୁଟିଥିଲା। ସେମାନଙ୍କ ମଧ୍ୟରୁ ରାଜନେତା,ସମାଜସେବୀ, ଓ କୁଜଙ୍ଗ ପ୍ରେସ କ୍ଲବର ସଭାପତି ସାମ୍ବାଦିକ ରଘୁନାଥ ସାହୁ, ଦୁଷ୍ମନ୍ତ ମାଝୀ, ଜୀବନାନନ୍ଦ ଅଧିକାରୀ, ମନୋଜ ପ୍ରଧାନ, ବୀଚିତ୍ରା ନନ୍ଦ ପ୍ରଧାନ, ରଞ୍ଜିତ ପଣ୍ଡା,ବରଦାପ୍ରସନ୍ନ ବିଶ୍ୱାଳ ଯଜ୍ଞସ୍ୱର ଦଲାଇ, ଗିରିଜା ପ୍ରସାଦ ମହାନ୍ତି କୁଜଙ୍ଗ ସାମ୍ବାଦିକ ସଂଘର ହରିଗୁରୁ ଦାସ,ସୁବ୍ରତ ମଲ୍ଲିକ,ଜଗତସିଂହପୁର ଜିଲ୍ଲା ଓଡ଼ିଶା ସାମ୍ବାଦିକ ସଂଘ(ouj )ର ଉପସଭାପତି ପ୍ରଳୟ ମହାପାତ୍ର ,ଓଡିଶା ସାମ୍ବାଦିକ ସଙ୍ଘ (ouj) ର କୁଜଙ୍ଗ ବ୍ଲକ ସଭାପତି ବାବୁଲି ଚନ୍ଦ୍ର ଦାସ ,ସାଧାରଣ ସମ୍ପାଦକ ଆରୀକ୍ଷିତ ସ୍ୱାଇଁ, ସୁବ୍ରତ ମଲ୍ଲିକ ଓ ବହୁ ସାମ୍ବାଦିକ ବନ୍ଧୁ ମନେ ଶ୍ରୀ ଦାସ ଙ୍କୁ ଶେଷ ଦର୍ଶନ କରିଥିଲେ ପରେ ତାଙ୍କ ମର ଶରୀରକୁ ଗ୍ରାମ ସ୍ମସାନ ଭୂଇଁକୁ ନେଇ ଶେଷକୃତ୍ୟ ସମ୍ପନ୍ କରାଯାଇଥିଲା।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର