Breaking News

ପରିବେଶ ସୂରକ୍ଷା ପାଇଁ ଗଛଚାରା ବିତରଣ ଓ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା


ଜଗତସିଂହପୁର--,  ଅଗ୍ରଣି ସାହିତ୍ୟାନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନ ଶାଗବାରିଆ ସ୍ଥିତ ମା ଅମ୍ବାକାଇ ପୀଠରେ ବୃକ୍ଷଚାରା ବିତରଣ ଓ କରୋନା ଯୋଦ୍ଧା ସମ୍ବର୍ଦ୍ଧନା  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବରିଷ୍ଠ ଆଇନଜୀବୀ    ବୈଷ୍ଣବ ଚରଣ ଦାସ ସଭାପତିତ୍ବ କରିଥିଲେ। ଅତିଥି ମାନଙ୍କ ଦ୍ବାରା ପ୍ରଥମେ ଗ୍ରାମର ମହିଳା ମାନଙ୍କୁ ବିଭିନ୍ନ ପ୍ରକାରର ଗଛଚାରା ବିତରଣ କରାଯାଇଥିଲା। ଏହାପରେ ସାମ୍ବାଦିକ ଗୌରାଙ୍ଗ ସ୍ବାଇଁ ଓ ଶ୍ରୀକାନ୍ତ ଦାଶଙ୍କୁ କରୋନାଯୋଦ୍ଧା ଭାବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅତିଥି ଭାବରେ ସମାଜସେବୀ ଅଭୟ କୁମାର ମିଶ୍ର, ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ନଗେନ୍ଦ୍ର ନାଥ ସ୍ବାଇଁ, ସୌଜନ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ବେ଼ହେରା, ସଙ୍ଗଠନ ସମ୍ପାଦକ ସଂଗ୍ରାମ କେଶରୀ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ବସନ୍ତ ମଞ୍ଜରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅମ୍ବିକାଇ ଯୁବ ପରିଷଦର ସଭାପତି ବିକ୍ରମ ବାରିକ, ସମ୍ପାଦକ ଅଶ୍ବିନୀ ଦାସ, ଜଗଜ୍ୟୋତି ବାରିକ, ଶିବ ରଞ୍ଜନ ସାହୁ, ପ୍ରିତି ରଞ୍ଜନ ଦାସ, ସୁଜନ ସାହୁ, ସନ୍ତୋଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ। 
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts