ସତ୍ୟବାଦୀରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ
ସାକ୍ଷୀଗୋପାଳ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଭୁବନେଶ୍ୱର ସ୍ଥିତ ଏକ ବେସରକାରୀ ମେଡିକାଲରେ ଚିକିତ୍ସାଧୀନ ଥିଲେ । ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିବା ବେଳେସେ କରୋନା ରୋଗରେ ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି । ତାଙ୍କ ପାଖରେ ଥିବା ତାଙ୍କର ଜ୍ୱାଇଁ ଏହା ଜାଣିବା ପରେ ସେ ମଧ୍ୟ କାହା ସହିତ ମିଳାମିଶା ନ କରି ନିଜ ପକ୍ଷରୁ ଟେଷ୍ଟ କରାଇଥିବା ଜଣାପଡିଛି । ଉକ୍ତ ପରିବାରଙ୍କୁ ସଂଗରେଧରେ ରହିଥିବା ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତ ଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି