ଜଟଣୀ ରେ କରୋନା ଆଇନକୁ ଫୁ
ଜଟଣୀ ---- ରାଜଧାନୀ ଉପକଣ୍ଠ ଜଟଣୀ ସହରରେ ମହାମାରୀ କରୋନା ସଂକ୍ରମଣ ଆଇନକୁ ଖୋଲାଖୋଲି ଉଲଂଘନ କରାଯାଇଥିବା ଦେଖାଯାଇଛି । ଜଟଣୀର ବାଲିଛକ ମୁଣ୍ଡିଆ ସାହିରେ କେତେକ ବ୍ୟବସାୟୀ ବେଆଇନ ଭାବେ ଦୋକାନ ଖୋଲିଥିବା ର ଦେଖାଯାଇଛି । ଖବର ପାଇ ପ୍ରଶାସନର ନିର୍ଦେଶକୁ ଅବମାନନା କରିଥିବା ଯୋଗୁଁ ପୋଲିସ ସେମାନଙ୍କୁ ତାଗିଦ କରିବା ସହିତ ଦଣ୍ଡି ବଟକରା ନେଇଯାଇଥିଲା । ସେହିପରି ସ୍ଥାନୀୟ ହାଟବଜାର ଠାରେ ମାଛ ବିକ୍ରି କରୁଥିବା ବେଳେ ଏପରି ମଧ୍ୟ ପୋଲିସ ପକ୍ଷରୁ କରାଯାଇଛି। ପରବର୍ତୀ ସମୟରେ ସେମାନଙ୍କୁ ଫେରାଇ ଦେଇଥିଲା । ସେହିପରି ଲୋକକଲୋନୀ ଠାରେ ସାଇବାବା ମନ୍ଦିରରେ ଗୁରୁପୂର୍ଣ୍ଣିମା ଅବସରରେ ଲୋକମାନଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଏହି କ୍ରମରେ ଜଟଣୀ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଏପରି ଘଟଣା ଦେଖିବାକୁ ମିଳିଛି । ଜଟଣୀ ରେ ମହାମାରୀ କରୋନା ସଂକ୍ରମଣ କୁ ବେଖାତିର କରୁଥିବା ଅଭିଯୋଗ ମଧ୍ୟ ହୋଇଆସୁଛି ହେଲେ ପ୍ରଶାସନ ପକ୍ଷରୁ ସେପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଲୋକମାନେ କହନ୍ତି ।