Breaking News

ଭିଡିଓ କଲିଂରେ ନିର୍ବାଚନମଣ୍ଡଳୀ ସମସ୍ୟା ସମ୍ପର୍କରେ ବୁଝିଲେ ; କୃଷି ମନ୍ତ୍ରୀ:


ଓଡ଼ଗାଁ----- ସଦାସର୍ବଦା ନିଜର ଅଲଗା ଅନ୍ଦାଜ ତଥା ନିଆରା କାର୍ଯ୍ୟଶୈଳୀ ଏବଂ ମେଳାପୀ ଗୁଣ ଯୋଗୁଁ ଚର୍ଚ୍ଚାରେ ରହିଆସିଥିବା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣକୁମାର ସାହୁ । ଭିଡିଓ କଲିଂ ମାଧ୍ୟମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣଙ୍କ ସହିତ ସଂଶ୍ଳିଷ୍ଟ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ମୁଖ୍ୟତଃ କରୋନା ସମୟରେ ରାଜନୈତିକ କାର୍ଯ୍ୟ ବନ୍ଦ ରହିଥିବାରୁ ଆଜି ସେ ଯୁବ, ଛାତ୍ର, ମହିଳା, ଶ୍ରମିକ ଓ ବିଭିନ୍ନ ସଂଗଠନର ନେତୃମଣ୍ଡଳୀଙ୍କ ସହିତ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଆଲୋଚନା କରିଛନ୍ତି । କରୋନା ସମୟରେ ଜୀବନ ଓ ଜୀବିକା ସହିତ କିପରି ଲଢିବା ଏଥିସହିତ ରାଜନୈତିକ କାର୍ଯ୍ୟ ଅନ୍‌ଲାଇନ୍ ମାଧ୍ୟମରେ କରିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର କୃଷିକ୍ଷେତ୍ରକୁ ଅଗ୍ରାଧିକାର ଦେଇଛନ୍ତି । କୃଷିକ୍ଷେତ୍ର ପ୍ରତି କୌଣସି କରୋନା କଟକଣା ନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟଏକ ପକ୍ଷରେ କରୋନା ସମସ୍ତଙ୍କୁ କିଛି ଶିକ୍ଷା ଦେଇଛି ଆଗାମୀ ଦିନରେ ଏହି ଭିଡିଓ କଲିଂ ମାଧ୍ୟମରେ ସମସ୍ତ ରାଜନୈତିକ କାର୍ଯ୍ୟ ଚାଲୁରହିବ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts