Breaking News

ଆର୍ ଆଇ ଙ୍କ ମନମାନୀ କୁ ନେଇ ଲୋକେ ଘେରିଲେ ଆର୍ ଆଇ ଅଫିସ

 

ବରଗଡ଼----ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ଗ୍ରାମରେ ଥିବା ଝାକିରି ଜମି ର ମାପଜୁଖ ପାଇଁ ଆର ଆଇ ଙ୍କୁ ଗ୍ରାମବାସୀ ଡକାଇଥିଲେ।ମାପ କରି ସାରିବା ପରେ ଉକ୍ତ ଦୁଇ ପଡାର ଜମି ମପାଯାଇଥାନ୍ତା।ଝାକିରି ଜମିର ନସ୍କା ପ୍ରଦାନ ବେଳେ ଉକ୍ତ ଗ୍ରାମର ଲିଭିବନ୍ଦ ଓ ଗୋଦାମ ପଡା କିଛି ବ୍ୟକ୍ତି ଉପସ୍ଥିତ ଥିଲେ।ଏହି ଦୁଇ ପଡାକୁ ନସ୍କା ପ୍ରଦାନ ନକରିବା ପାଇଁ ଗ୍ରାମ କମିଟିର ଜନୈକ ବ୍ୟକ୍ତି ମନା କରିଥିବା ସେମାନେ ଶୁଣିଥିଲେ।ଫଳରେ ଉତ୍ତେଜିତ ହୋଇ ନିଜ ନିଜ ପଡ଼ାବାସୀଙ୍କ ମଧ୍ୟରେ ସଭାକରି ଆର ଆଇ ଅଫିସ ଘେରାଉ କରିଥିଲେ। କାରଣ ସେମାନେ ନସ୍କା ପାଇଲେ ଜମି ପଟ୍ଟା ମିଳିବା ସହ ଇନ୍ଦିରା ଆବାସ,ମୋ କୁଡ଼ିଆ ଆଦି ସରକାରୀ ଯୋଜନାର ସୁବିଧା ପାଇପାରିବେ। କିନ୍ତୁ କୌଣସି ବ୍ୟକ୍ତିର କଥାରେ ପଡି ଆର୍ ଆଇ କାହିଁକି ଜମିମାପ କଲେ ନାହିଁ ବୋଲି ଆର୍ ଆଇ ଙ୍କୁ ପ୍ରଶ୍ନ କରିଥିଲେ। ଝାକିରି ଜମି ସହ ସେମାନଙ୍କ କୌଣସି ସମ୍ପର୍କ ନାହିଁ।ଶତାଧିକ ବର୍ଷ ଧରି ସେମାନେ ଗୋଚର ଜମି ରେ ରହି ଆସୁଥିବାବେଳେ ନସ୍କା ପ୍ରଦାନ ପାଇଁ ମନା କରିବାରେ କେଉଁ ସ୍ୱାର୍ଥ ରହିଛି ବୋଲି ପଡ଼ାବାସୀ ଅଭିଯୋଗ କରିଥିଲେ।ଏହି ଖବର ପାଇ ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା ସେଠାରେ ପହଞ୍ଚି ଏହାର ସତ୍ୟାସତ୍ୟ ବୁଝିବା ପରେ ସେ ଜମି ଗୁଡିକ ଠିକ ରହିଛି ଓ ସେମାନଙ୍କୁ ସରକାରୀ ସୁବିଧା ମିଳିବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା କମିଥିଲା। ଏନେଇ ଲିଭିବନ୍ଦ ଓ ଗୋଦାମ ପଡ଼ାବାସୀ ଗ୍ରାମବାସୀଙ୍କୁ ଏହି ବିଷୟରେ ଅବଗତ କରାଇବା ପାଇଁ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକ ସଭା କରିଥିଲେ।ଉକ୍ତ ସଭାରେ ସ୍ଥାନୀୟ ସରପଞ୍ଚ ମଧ୍ୟ ଉପସ୍ଥିତ ଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ...

Popular Posts