Breaking News

ଡେଲାଙ୍ଗରେ ୪ କରୋନା ପଜେଟିଭି ଚିହ୍ନଟ

ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଧାନକେରା ଗ୍ରାମ ପଞ୍ଚାୟତର କଲ୍ୟାଣପୁର କଲେଜ ପରିସରରେ ଅସ୍ଥାୟୀ ସ୍ୱାସ୍ଥ୍ୟ କନ୍ଦ୍ରେ କରାଯାଇଛି । ସେଠାରେ ୭୫ ଜଣ ପ୍ରବାସୀ ଓଡିଆ ମାନଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ସେହପିରି କରୋନା ରୋଗୀଙ୍କ ସହ ମିଳାମିଶା କରିଥିବା ସନ୍ଦେହରେ ୩୬ ଜଣଙ୍କର ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ କଲ୍ୟାଣପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୩ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ବେଳେ ଲୋକଲରୁ ୧ଜଣେ ପଜେଟିଭି ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ମୁନିନ୍ଦା ଗ୍ରାମ ପଞ୍ଚାୟତର ବେଳପଡା ଗ୍ରାମର ଚେନ୍ନାଇ ଫେରନ୍ତା ହୋଇଥିବା ବେଳେ ଚାଇଁପୁର ଗ୍ରାମ ପଞ୍ଚାୟତର ରତାପଡା ଗ୍ରାମର ଗୁଜୁରାଟ ଫେରନ୍ତା ଅନ୍ୟ ଜଣେ ହେଲେ ଧାନକେରା ଗ୍ରାମ ପଞ୍ଚାୟତର ନଇକୂଳପାଟଣା ଗ୍ରାମର ହାଇଦ୍ରାବାଦ ଫେରନ୍ତା ବୋଲି ଜଣାପଡିଛି । ସେହିପରି ବେରବୋଇ ଗ୍ରାମ ପଞ୍ଚାୟତର ବ୍ରହ୍ମେଶ୍ୱରପୁର ଗ୍ରାମର ଲୋକାଲ କେସ ବୋଲି ଜଣାପଡିଛି । ଏମାନଙ୍କୁ କୋଭିଡ-୧୯ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି ବୋଲି ଧାନକେରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରସନ୍ନ କୁମାର ଜେନାଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Popular Posts