Breaking News

କରୋନା କଟକଣା ମଧ୍ୟରେ କୁରାଳରେ ପନିପରିବା କଳାବଜାରୀ


ଓଡ଼ଗାଁ/କୁରାଳ - କୁରାଳ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଲକ୍ଷ୍ୟ କରି ଜିଲ୍ଲାପାଳ ପୋମା ଟୁଡୁ ସମଗ୍ର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ ।ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାଧାରଣ ଜନତାଙ୍କ ଆବଶ୍ୟକତା ତଥା ସୁବିଧାକୁ ଦୃଷ୍ଟିରେ ରଖି କୁରାଳ ଗ୍ରାମପଞ୍ଚାୟତ  ତରଫରୁ ସମଗ୍ର ପଞ୍ଚାୟତର ୧୦ଜଣ ପରିବା ବ୍ୟବସାୟୀଙ୍କୁ ପନିପରିବା ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ଅନୁମତି ଦିଆଯାଇଥିଲା ।
କିନ୍ତୁ ବିଡ଼ମ୍ବନାର କଥା ଏହି ଯେ କିଛି ଅସାଧୁ ବ୍ୟବସାୟୀ ଏଭଳି ପ୍ରତିକୂଳ ପରିସ୍ଥିତିରେ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବା ବେଳେ ରାତାରାତି ମାଲାମାଲ ହେବା ନିଶାରେ ଚଢା ଦରରେ ପରିବା ବିକୁଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।ଯାହା ଫଳରେ ଲୋକେ ସ୍ୱଳ୍ପ ପରିବାରେ ନିଜକୁ ସନ୍ତୁଷ୍ଟ କରିବାକୁ ବାଧ୍ୟ ହେଉଛନ୍ତି ।
ଲୋକଙ୍କ ସୁବିଧା ନିମନ୍ତେ ହୋଇଥିବା ବ୍ୟବସ୍ଥା ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ପାଲଟିଛି ।ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଚଢାଦରରେ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କୁ ବିକ୍ରି ଅନୁମତି ବନ୍ଦ କରିବାକୁ ସାଧାରଣରେ ଦାବି ହେଉଅଛି ।
ରିପୋର୍ଟ -ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Popular Posts