Breaking News

ନିଖୋଜ ଯୁବକର ମୃତ ଶରୀର ନଦୀରୁ ଉଦ୍ଧାର

ଡେଲାଙ୍ଗ ----- ଡେଲାଙ୍ଗ ଥାନା ହରିରାଜପୁର ଫାଣ୍ଡି ଅଧିନସ୍ଥ ଗୋଲାପଡା ଗ୍ରାମ ନିକଟସ୍ଥ ଦୟାନଦୀ କୂଳରୁ ଜଣେ ଯୁବକର ମୃତ ଶରୀରକୁ ଡେଲାଙ୍ଗ ପୁଲିସ ଉଦ୍ଧାର କରିଛି ।  ପିପିଲି ଥାନା ଅଧିନସ୍ଥ କଣ୍ଟି କାକୁଡିଆ ଗ୍ରାମର ଦିନବନ୍ଧୁ ଦାସ ଙ୍କ ପୁଅ କ୍ଷତିଶ ଦାସ (୩୭)ଶନିବାର ଦିନ ଅପରାହ୍ନରେ ହିରୋ ହୁଣ୍ଡା ମଟର ସାଇକେଲ ନେଇ  ନଦୀ ବନ୍ଧରେ  ଝାଡା ଯାଇଥିବା ଜଣେ ବ୍ୟକ୍ତି ଦେଖିଥିଲେ । ତାଙ୍କର ନଦୀରୁ ଫେରିବା ବିଳମ୍ବ ହେବାରୁ ତାଙ୍କ ଘରକୁ ସେ ବ୍ୟକ୍ତି ଖବର ଦେଇଥିଲା । ତାଙ୍କର ବାପା ଦିନବନ୍ଧୁ ଦାସଙ୍କ ସହିତ ଗ୍ରାମର କିଛି ଲୋକ ନଦୀରେ କିଛି ସମୟ ଖୋଜାଖୋଜି କରିଥିଲେ ବି ତାର କିଛି ପତ୍ତା ପାଇନଥିଲେ । ରବିବାର ଦିନ  ଖବର ପାଇଲେ ଜଣେ ଯୁବକର ମୃତ ଶରୀର ଗୋଲାପଡା ଗ୍ରାମ ନିକଟରେ  ଦୟା ନଦୀରେ ଭାସୁଛି । ଖବର ପାଇ ଘଟଣାସ୍ଥଳେ ବାପା ଦିନବନ୍ଧୁ ଙ୍କ ସହିତ ସ୍ଥାନୀୟ ଲୋକମାନେ ନଦୀ ଭିତରୁ ଭାସୁଥିିବା ଯୁବକଙ୍କ ମୃତ୍ୟୁ ଶରୀରକୁ ଆଣିଥିଲେ । ଦିନବନ୍ଧୁ ତାଙ୍କ ପୁଅର ଶବ ଚିହ୍ନଟ କରିଥିଲେ ।  ଡେଲାଙ୍ଗ ଥାନାରେ ପୁଅ କ୍ଷତିଶ ଦାସ ନଦୀକୁ  ଶୌଚ ହେବାକୁ ଯାଇ  ଗୋଡ ଖସିଯିବାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତିକରି ଡେଲାଙ୍ଗ  ଥାନା ସେକେଣ୍ଡ ଅଫିସର ଲାଇକା ମହାରଣାଏକ ଅପମୃତ ମାମାଲା ୩/୨୦ରେ ରୁଜୁ କରିବା ସହିତ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ପୁରୀ ପଠାଇଥିବା ଜଣାପଡିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Popular Posts