Breaking News

ନୟାଗଡ଼ ସୀମା ମଧ୍ୟକୁ ଅନଧିକାର ପ୍ରବେଶକୁ ବନ୍ଦ କରିବା ନିମନ୍ତେ ଥାନାର ଦ୍ୱାରସ୍ଥ ହେଲେ ଯୁବକ


ଓଡ଼ଗାଁ/କୁରାଳ - ଦିନକୁ ଦିନ ନୟାଗଡ଼  ଅଞ୍ଚଳରେ‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଏଭଳି ପ୍ରତିକୂଳ ପରିସ୍ଥିତିରେ ଜିଲ୍ଲାର ଓଡ଼ଗାଁ ଅଞ୍ଚଳ ପାଇଁ ଏବେ ସୀମାନ୍ତ ଗଂଜାମ ଜିଲ୍ଲା ବିପଦ ସୃଷ୍ଟି କରିପାରେ ସନ୍ଦେହ ସୃଷ୍ଟି ହେଉଛି। ଜିଲ୍ଲାରେ ସବୁଠାରୁ ଅଧିକ ଆକ୍ରାନ୍ତ ଓଡ଼ଗାଁ ଅଞ୍ଚଳର ହୋଇଥିବାରୁ ଗଂଜାମ ଜିଲ୍ଲାରେ କରୋନା ବ୍ୟାପକତା ଲୋକଙ୍କ ମନରେ ଭୟ ସୃଷ୍ଟି କରିଅଛି ।
ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗଂଜାମ ଜିଲ୍ଲା ଲୋକଙ୍କର ନୟାଗଡ଼ ଜିଲ୍ଲା ସୀମା ମଧ୍ୟକୁ ଅନଧିକାର ପ୍ରବେଶକୁ ବନ୍ଦ କରିବା ନିମନ୍ତେ  ଓଡ଼ଗାଁ ଆଦର୍ଶ ଥାନା ଅଧିକାରିଣୀଙ୍କ ପାଖରେ ଅଭିଯୋଗ କରିଛନ୍ତି ରୋହିବାଙ୍କ ସଂକଳ୍ପ ଯୁବକସଂଘର ସଂପାଦକ ପ୍ରସନ୍ନ କୁମାର ସେଠୀ ।
ଅଭିଯୋଗ ଅନୁଯାୟୀ ଗଂଜାମ ଜିଲ୍ଲାକୁ ଲାଗିରହିଥିବା ରୋହିବାଙ୍କ ବାଘୁଆ ଛକ ବଜାରକୁ ପ୍ରତିଦିନ କରଚୁଲି, ଜେଏକ,କରସିଙ୍ଗି ,କୁମ୍ପାପଡା,ପଞ୍ଚଭୂତି, ଲୁଣିଢେପ ଏବଂ ଅନ୍ୟାନ୍ୟ ଗ୍ରାମରୁ ପ୍ରାୟ ୧୦୦ରୁ ୨୦୦ ଲୋକ ଆସି କୋଭିଡ କଟକଣାକୁ ଅମାନ୍ୟ କରି ଅଯଥା ଗହଳି କରୁଛନ୍ତି ।ତେଣୁ ଏହାର ପ୍ରତିକାର ସ୍ୱରୂପ ସକାଳ ସମୟରୁ ଖୋଲାଥିବା ଚାହା ଦୋକାନ ,ଜଳଖିଆ ଦୋକାନ ,ରାସନ ଦୋକାନ ଇତ୍ୟାଦିକୁ ତାଗିଦ କରିବା ସହିତ ବିନା ମାସ୍କରେ ବୁଲୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।
ବର୍ତ୍ତମାନ କରୋନା କଟକଣା ନିମନ୍ତେ ସେ ପ୍ରତ୍ୟକ୍ଷ ଭାବେ ଥାନାକୁ ନ ଯାଇ ଏବଂ ଓଡ଼ଗାଁ ଆଦର୍ଶ ଥାନା ଅଧିକାରଣୀଙ୍କ ସହ ଯୋଗାଯୋଗ ନ ହେବାରୁ ସେ ଏହାର ଏକ ନକଲ ଶରଣକୁଳ ଏସ.ଡି.ପି.ଓ ଏସ ଟପ୍ପୋ ଙ୍କ ନିକଟକୁ ହ୍ଵାଟ୍ସଆପ ମାଧ୍ୟମରେ ପଠାଇଥିବା କହିଛନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Popular Posts