Breaking News

ଟ୍ରେନ ଫେରନ୍ତା ପ୍ରବସୀ ଓଡ଼ିଆ ହେଲେ ହିନସ୍ତା




ଜଟଣୀ ----ଆଜି ଭୋର ୩ ଟା ସମୟରେ ନିଉଦିଲ୍ଲୀ ରୁ ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଏବଂ ଫାଲକନାମା ଏକ୍ସପ୍ରେସରେ ଟ୍ରେନରେ କିଛି ପ୍ରବସୀ ଓଡ଼ିଆ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଥିଲେ । ସେଥିରୁ କିଛି ପ୍ରବାସୀ ଓଡ଼ିଶାର ଗଞ୍ଜାମ ଏବଂ ବାଲୁଗାଁ ରେଳ ଷ୍ଟେସନରେ ଓହ୍ଲାଇବା କଥା  । କିନ୍ତୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଧେଶରେ ଗତକାଲିଠାରୁ ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ଟ୍ରେନ ଅଟକିବ ନାହିଁ । ତେଣୁ ବିଗତ ଦିନର ଟ୍ରେନ ଗୁଡିକ ସିଧା ଆସି ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଆସି ରହଣି କରିଥିଲା । ପ୍ରବାସୀମାନେ ଓହ୍ଲାଇ ପୁନର୍ବାର ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ବ୍ୟସ୍ତ ହୋଇ ଷ୍ଟେସନ ମଧ୍ୟରେ ବିବ୍ରତ ହୋଇ ପଡିଥିବାର ଦେଖାଯାଇଥିଲା । ଫଳରେ ଖୋର୍ଦ୍ଧାରୋଡ଼ ଡିଭିଜନର ରେଲୱେ ପ୍ରୋଟେକ୍ସନ ଫୋର୍ସ ଓ ଅଧିକାରୀଙ୍କ  ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ପରିବହନ ମାଧ୍ୟମରେ ୩ ଟି ବସ  ଯୋଗେ ପ୍ରବସୀମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଫେରିଥିଲେ ।
ସମୁଦାୟ ପ୍ରବସୀ ହେଲେ ଶହେ ତିରିଶ ଜଣ । ପ୍ରତେକ ପ୍ରବାସୀ ନିଜ ଖର୍ଚ୍ଚରେ ଯାତ୍ରା କରିଥିଲେ । ଏଥିରେ ସରକାରଙ୍କ କୌଣସି ଅର୍ଥ ଖର୍ଚ୍ଚ ହୋଇ ନାହିଁ ବୋଲି ଜଣାପଡିଛି । 

Blog Archive

Popular Posts