ଅସ୍ତରଙ୍ଗ ବଜାର ସଟଡାଉନ
ପୁରୀ------ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଟଡାଉନ ଜାରି ରହିଛି। ପୁରୀ ଜିଲ୍ଲାର ଅସ୍ତରଙ୍ଗ ବଜାର ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସଟଡାଉନ ହେବ ବୋଲି ପୁରୀ ଜିଲ୍ଲାପାଳ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।
ଅସ୍ତରଙ୍ଗର ପ୍ରାୟ ୭୦ ପ୍ରତିଶତ ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି। ସାପ୍ତାହିକ ହାଟ ସମେତ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ ପାଇଁ ବଜାରରେ ଗହଳି ଲାଗିରହିଥାଏ। ତେଣୁ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ବଜାରକୁ ୧୫ ଦିନିଆ ସଟଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ଦୋକାନ ବନ୍ଦ ରହିବା ସହିତ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ ଏବଂ ଜରୁରୀକାଳୀନ ସେବା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ପୁରୀ ରୁ ଜୟନ୍ତ କୁମାର ସେଠୀ