Breaking News

ସମ୍ପତ୍ତି ଲୋଭରେ ମାଆକୁ ଆକ୍ରମଣ


 କୁଜଙ୍ଗ---- ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମର ଜନୈକା ବୃଦ୍ଧା ମହିଳା ଓ ତାଙ୍କ ତିନି ବୋହୂଙ୍କୁ ରାତି ଅଧରେ ଆକ୍ରମଣ କରାଯାଇଛି ବୋଲି ଏ ସଂପର୍କରେ ବୃଦ୍ଧା ମହିଳା ସତ୍ୟଭାମା ଚୌଧୁରୀ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ କି ବୃଦ୍ଧା ସତ୍ୟଭାମା ଚୌଧୁରୀଙ୍କ ସ୍ୱାମୀ ବଳରାମ ଚୌଧୁରୀ ବୟସାଧିକ ଯୋଗୁଁ ମାନସିକ ଅବସ୍ଥା ଠିକ୍ ରହୁନାହିଁ । ଏହାର ସୁଯୋଗ ନେଇ  ତାଙ୍କର ପୁଅ ବିଶ୍ୱଜିତ୍ ଚୌଧୁରୀ ତାଙ୍କ ସ୍ୱାମୀଙ୍କୁ ସିଖାଇବା ସହ  ତିନି ପୁଅଙ୍କ ସମ୍ପତ୍ତିକୁ  ହାତେଇ ନେବାକୁ ବସିଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି ।  ବିଶ୍ୱଜିତି  ସତ୍ୟଭାମା ଓ ତାଙ୍କର ତିନିପୁଅଙ୍କ ନାମରେ ମିଥ୍ୟା ଏତଲା ପାରାଦୀପ ଲକ୍ ଥାନା ଅଧିକାରୀଙ୍କୁ ଦେଇ ନାନା ସମସ୍ୟାରେ ପକାଉଛନ୍ତି । ଏଣୁ ଉକ୍ତ ମହିଳା ଓ ତାଙ୍କ ତିନିପୁଅଙ୍କ ପରିବାରଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ବୃଦ୍ଧା ସତ୍ୟଭାମା ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କର ଗାଡି ଚଳାଚଳ ନ କରିବାକୁ କୋର୍ଟରେ ନିର୍ଦ୍ଦେଶ ଥିବା ସତ୍ତ୍ୱେ ବେଆଇନ୍ ଭାବେ ତାଙ୍କର ସ୍ୱାମୀ ଓ ପୁଅ ବିଶ୍ୱଜିତ୍ ଗାଡି ଚଳାଉଥିବା ସଂପର୍କରେ ପ୍ରକାଶ କରିଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts