Breaking News

ବରୀ କୁ ଜିଲ୍ଲା ପାଳଙ୍କ ଅଚାନକ ଗ୍ରସ୍ତ


 ବରୀ---ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ବୁଧବାର ଅପରାହ୍ନ ରେ ବରୀ ଅଂଚଳରେ କରୋନା ପାଇଁ ବରୀ ଜନସାଧାରଣ କେତେ ସଚେତନ ପରଖି ଥିଲେ । ପ୍ରଥମେ ବରୀମାଉଣ୍ଡ ବଜାର  ରେ ଏକ ଔଷଧ ଦୋକାନର ସାମାଜିକ ଦୂରତା ରହୁନଥିବା ଦେଖି ୫୦୦ ଟଙ୍କା ଜରିମାନା ଆଦାୟ କରି ସଚେତନ ହେବାକୁ ଦୋକାନିକୁ ପରାମର୍ଶ ଦେଇଥିଲେ । ପରେ ବାଲିଆ, ଧାରପୁର, ରତ୍ନଗିରି, ଅଞ୍ଚଳ ବୁଲି  କରୋନା ଭାଇରସ ଠାରୁ ଦୂରେଇ ରହିବା କୁ ହେଲେ ଘରେ ରହିବାକୁ ଅମାନିଆ ଙ୍କୁ ପରାମର୍ଶ ଦେଇଥିଲେ ।  ଜିଲ୍ଲାପାଳ ଙ୍କ ବରୀ ଗସ୍ତ ସମୟରେ ଯାଜପୁର ପିଡି ଇନ୍ଦ୍ରମଣି ନାୟକ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠି,ବରୀ ତହସିଲଦାର ସରୋଜ କାନ୍ତ ନାୟକ, ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର, ବରୀ ବ୍ଲକ ଭାରପ୍ରାପ୍ତ ବିଡ଼ିଓ ଶାଶ୍ୱତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । 

ଯାଜପୁଟ ବରୀ ଦର୍ଶନ ବେହେରା

Blog Archive

Popular Posts