Breaking News

ସାମ୍ବାଦିକ ହୃଦୟ ରଞ୍ଜନଙ୍କର ବିୟୋଗରେ ଶୋକସଭା


ଓଡ଼ଗାଁ/କୁରାଳ - ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ତଥା ସମ୍ବାଦ ବିତରକ ହୃଦୟ ରଞ୍ଜନଙ୍କର ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଅଛି ।ଓଡ଼ଗାଁ ପ୍ରେସ କ୍ଲବ ଆନୁକୂଲ୍ୟରେ ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଶୋକ ସଭାରେ ବ୍ଲକରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଦିବଂଗତ ବନ୍ଧୁ ହୃଦୟଙ୍କର ସ୍ମୃତି ରୋମନ୍ଥନ କରିଥିଲେ । ସଭା ପ୍ରାରମ୍ଭରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା ।ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ,ସାରସ କୁମାର ମିଶ୍ର ,ସୁବ୍ରତ କୁମାର ସାହୁଙ୍କ ସମେତ  ନାରାୟଣ ପାଣିଗ୍ରାହି ,ଫକୀର ମୋହନ ମହାରଣା,ଗଣେଶ୍ୱର ସାହୁ ,ଅର୍ଜୁନ ସାହୁ ,ଶ୍ରୀନିବାସ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।ଏପରି ପରିସ୍ଥିତି ସମୟରେ ରାଜ୍ୟସରକାର କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାର ନିମନ୍ତେ ଘୋଷଣା କରିଥିବା ସାହାଯ୍ୟ ପାଇଁ ରାଜ୍ୟସ୍ତରରେ ଉଦ୍ୟମ କରିବା ପାଇଁ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୁତି ଭୂଷଣ କର ଟେଲିଫୋନ ମାଧ୍ୟମରେ ପ୍ରତିଶୃତି ଦେବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିଥିଲେ ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts