Breaking News

ଡେଲାଙ୍ଗ ହାଟ ବଜାରେରେ ପୋଲିସ ଅମାନିଆଙ୍କ ଠାରୁ ଆଦାୟ କଲା ଫାଇନି

 ଡେଲାଙ୍ଗ ---- ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ଡେଲାଙ୍ଗ ବ୍ଳକ ଅଞ୍ଚଳରେ ୪ଜଣ କରୋନା ପଜେଟିଭି ଚିହ୍ନଟ ହେବା ପରେ ଡେଲାଙ୍ଗ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ତତ୍ୱବଧାନରେ ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ସଦଳବଳେ ଡେଲାଙ୍ଗ ହାଟ ବଜାରରେ ଅମାନିଆଙ୍କ ଠାରୁ ଜୋରିମାନ ଆଦାୟ କରିଛନ୍ତି ।  ବିଶେଷ କରି ଡେଲାଙ୍ଗ ହାଟ ବଜାରରେ ଥିବା ପାନ ଦେକାନ, ପରିବା, ଗ୍ରୋସରୀ  ଓ ମାଛ, ମାଂସ ଦେକାନ ଗୁଡିକରେ ସାମାଜିକ ଦୂରତା ରକ୍ଷା ନ କରିବା ଓ ମୁହଁରେ ମାସ୍କ ବ୍ୟବହାର ନ କରି ବଜାରରେ ବୁଲୁଥିôବା ଲୋକମାନଙ୍କ ଠାରୁ ଜୋରିମାନ ଆଦାୟ କରାଯାଇଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁଙ୍କ ଠାରୁ ସୁଚନା ମିଳିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Popular Posts