ସିଫାରେ ନୂତନ ନିର୍ଦ୍ଦେଶକଙ୍କ ଦାୟତ୍ୱ ଗ୍ରହଣ
ପିପିଲି –ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ନିଷ୍ପତିକ୍ରମେ ପିପିଲି ବ୍ଲକ ଅଧିନସ୍ଥ କୈାଶଲ୍ୟାଗଙ୍ଗ ସିଫାରେ ନୂତନ ଭାରପ୍ରାପ୍ତ ନିର୍ଦ୍ଦେଶକ ରୂପେ ଡଃ ସରୋଜ କୁମାର ସ୍ୱାଇଁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଗତ ତା ୧.୭.୨୦୨୦ ରିଖ ଦିନ ସିଫାର ପ୍ରମୁଖ ବୈଜ୍ଞାନିକ ଡଃ ସରୋଜ କୁମାର ସ୍ୱାଇଁଙ୍କୁ ସିଫାର ଭାରପ୍ରାପ୍ତ ନିର୍ଦ୍ଦେଶକ ରୂପେ ଅବସ୍ଥାପିତ କରାଯାଇଛି । ନୁତନ ଭାବେ ଯୋଗଦେଇଥିବା ଡଃ ସରୋଜ କୁମାର ସ୍ୱାଇଁ ବିଦାୟୀ ଭାରପ୍ରାପ୍ତ ନିର୍ଦ୍ଦେଶିକା ଡଃ ବିନ୍ଦୁ ଆର୍. ପିଲ୍ଲାଇଙ୍କ ଠାରୁ ଏକ ନିରାଡମ୍ବର ପରିବେଶରେ ଆନୁଷ୍ଠାନିକ ରୂପେ ଦାୟୀତ୍ୱ ଗ୍ରହଣ କରିଥିଲେ । ସିଫାର ସମସ୍ତ କର୍ମଚାରୀବୃନ୍ଦ ଡଃ ପିଲ୍ଲାଇଙ୍କୁ ସଫଳତାର ସହିତ ନିର୍ଦ୍ଦେଶିକା ରୂପେ ଦାୟୀତ୍ୱ ସମ୍ପାଦନ କରିଥିବାରୁ ଏବଂ ଡଃ ସ୍ୱାଇଁଙ୍କୁ ନୂତନ ନିର୍ଦ୍ଦେଶକ ରୂପେ ସ୍ୱାଗତ କରିଥିଲେ ।
ପିପିଲି ରୁ ବିଜୟ କୁମାର ମହାପାତ୍ର