Breaking News

ବାହ୍ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପରତା ଦେଖାଇଲେ ଏନ.ଏସି କର୍ତ୍ତୃପକ୍ଷ


ଓଡ଼ଗାଁ- ଗତ ଦୁଇ ଦିନ ତଳେ ଓଡ଼ଗାଁ ଏନ.ଏସି ଅନ୍ତର୍ଗତ ଲକ୍ଷ୍ମୀ ବଜାର ସାହିରୁ ବାହ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ଏନ.ଏସି କର୍ତ୍ତୃପକ୍ଷଙ୍କର ତତ୍ପରତା ପ୍ରକାଶ ପାଇଛି ।ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଗୃହ ନିକଟରେ ଥିବା ସମସ୍ତ ବଜାର ସହ ବ୍ଲକ ସ୍କୋୟାର  ଆଦିକୁ ସାନିଟାଇଜର କରାଯାଇଅଛି।
ଏନ.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ଆକ୍ରାନ୍ତ ଙ୍କର ପରିବାରର ସମସ୍ତଙ୍କର ହେଲଥ ଏବଂ ଥର୍ମାଲ ସ୍କିନିଂ  କରାଯାଇଥିଲା ।  ଡାକ୍ତର ରାକେଶ କୁମାର ସାହୁ ସେମାନଙ୍କୁ ନିଜେ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ଆକ୍ରାନ୍ତଙ୍କର ଗୃହ ସମେତ ସେହି ୱାର୍ଡର ସମସ୍ତ ରାସ୍ତା ଏନ.ଏସି କାର୍ଯ୍ୟାଳୟ, ରାଜ୍ୟ ରାଜପଥ ଆଦିକୁ ସାନିଟାଇଜେସନ କରାଯାଇଛି ବୋଲି ସୁଧାଂଶୁ ମହାରଣା ସୂଚନା ଦେଇଛନ୍ତି ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts