କୁରାଳ ଗ୍ରାମପଞ୍ଚାୟତ ତରଫରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ
ଓଡ଼ଗାଁ/କୁରାଳ - ଦୁଇ ଦିନ ତଳେ କୁରାଳ ଗୋଲା ସାହିରେ କରୋନା ବାହ୍ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ପଞ୍ଚାୟତ ତରଫରୁ ଉକ୍ତ ସାହିର ପ୍ରବେଶ ପଥକୁ ସମ୍ପୁର୍ଣ୍ଣ ରୂପେ ସିଲ କରାଯାଇଥିଲା ।
ଗୁରୁବାର ପଞ୍ଚାୟତ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଥିବା ସ୍ଥାନ ବିଶେଷ କରି ଏଟିଏମ, ମନ୍ଦିର ,ଡାକ୍ତରଖାନା,ମେଡ଼ିସିନ ଷ୍ଟୋର ,ପଞ୍ଚାୟତ ଅଫିସ ,କୁରାଳ ଫାଣ୍ଡି ,ଗୋଲା ସାହି ,ବେଙ୍ଗେଇସାହି ଏବଂ ଦୋଳମଣ୍ଡପ ଆଦି ଛକକୁ ବିଶୋଧନ କରାଯାଇଅଛି ।ପରବର୍ତ୍ତୀ ମୁହୂର୍ତ୍ତରେ ମଧ୍ୟ ସମ୍ପୁର୍ଣ୍ଣ ଗ୍ରାମକୁ ବିଶୋଧନ କରିବାର ଯୋଜନା ଅଛି ବୋଲି ସରପଞ୍ଚ ଝିଲି ପ୍ରଧାନ କହିଛନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ