Breaking News

ପୋଲିସର ସଲାସୁତୁରାରେ କଣ୍ଟେନମେଣ୍ଟ ନିୟମକୁ ଉଲଂଘନ କରୁଛନ୍ତି ଲୋକେ,ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା


  ବରଗଡ଼ ----  ବରଗଡ଼ ଜିଲ୍ଲା ଅତାବିରାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ଛୁଇଁଥିବାବେଳେ ଜିଲ୍ଲାରେ ବୃଦ୍ଧି ପାଇ ଧୀରେ ଧୀରେ ୧୬୭କୁ ଛୁଇଁଲାଣି  । ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି।  ଅତାବିରା ବ୍ଲକର କୁଳୁଣ୍ଡା ଗାଁର ଆଉ ଜଣେ ମହିଳା ପଜିଟିବ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।  ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଝିଅ ୨ତାରିଖ ଦିନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଯାହା ସେଇ ଝିଅ ଙ୍କ ସଂସ୍ପର୍ଶରେ ଆସି ମା’ ଏବେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣି ଦାଶ ସୂଚନା ଦେଇଛନ୍ତି।  ଯେଉଁ ଅଞ୍ଚଳରେ କରୋନା ପଜିଟିବ ବାହାରିଥାଏ ସେହି ଅଞ୍ଚଳର ସୁରକ୍ଷାପାଇଁ ସରକାରୀ ନିୟମ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଏ । ସେଠାରେ କିଛି ଅଞ୍ଚଳକୁ ସିଲ କରିଦିଆଯାଏ ଓ ସେଠାକାର କୌଣସି ବ୍ୟକ୍ତି ବାହାରକୁ କିମ୍ବା ଭିତରକୁ ପ୍ରବେଶ ପଥକୁ ରୋକ ଲଗାଯାଇଥାଏ । ସୁରକ୍ଷାକର୍ମୀ ଜଗି ରହିବେ ।  କିନ୍ତୁ ଅତାବିରା ଏନଏସି ରେ ସମ୍ପୂର୍ଣ ଅଲଗା।କାରଣ ଅତାବିରା ଏନଏସି ୱାର୍ଡ ନମ୍ବର ସାତରେ ଜଣେ ମହିଳା କୋରୋନା ପଜିଟିବ ବାହାରିବାପରେ ସେହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ତଥା ଅତାବିରା ଏନଏସି ଓ ସ୍ଥାନୀୟ ପୋଲିସ ଦ୍ୱାରା ଅଞ୍ଚଳକୁ ସିଲ କରିଦିଆଯାଇଛି ।    ପୋଲିସ ଷ୍ଟାଫ ମଧ୍ୟ ସେଠାରେ ମୁତୟନ ହୋଇଛନ୍ତି ।  ତା ସହିତ ଏନଏସି  କର୍ମଚାରୀମାନେ ମଧ୍ୟ ସେଠାରେ ରହିଥାନ୍ତି  । ସମସ୍ତଙ୍କ  ଉପସ୍ଥିତିରେ କଣ୍ଟେନମେଣ୍ଟ ଜୋନର ଅଧିକରୁ ଅଧିକ ଜନସାଧାରଣ ବାହାରକୁ ଯିବାଆସିବା କରିବା ସହ ଦୋକାନ ବଜାର ମଧ୍ୟ ଖୋଲୁଥିବାର ନଜିର ରହିଛି। ସହରରେ ଲୋକଙ୍କ ସହିତ ମିଲାମିଶା କରୁଛନ୍ତି । ଏବଂ ତାହା ପୁଣି ହେଉଛି ପ୍ରହରା ଦେଉଥିବା ପୋଲିସ କର୍ମୀ ଓ ଏନ୍ଏସି କର୍ମୀଙ୍କ ଉପସ୍ଥିତିରେ। ଯାହା ଦେଖିବାକୁ ମିଳୁଛି ସମସ୍ତଙ୍କ ଉପସ୍ଥିତିରେ କିଭଳି ଭାବେ ସରକାରୀ ନିୟମକୁ ଅବମାନନା କରି ସେଠାକାର ଲୋକେ ବେଧଡକ ଭାବେ ଯିବାଆସିବା କରୁଛନ୍ତି ।  ଆଖି ଖୋଲି ଶୋଇ ଯାଇଛି ପ୍ରଶାସନ ବୋଲି ଲୋକେ କହନ୍ତି। ତେବେ କଣ୍ଟେନମେଣ୍ଟ ଜୋନର ଅର୍ଥ କଣ ତାହା  ସେଠାରେ ଥିବା ସରକାରୀ କର୍ମଚାରୀମାନେ କହିବେ କି ବୋଲି ତାହା ଏଠାରେ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ଆଗକୁ ଦେଖିବାକୁ ରହିଲା ସରକାରୀ କର୍ମୀ ଯଦି ସରକାରଙ୍କ ନିୟମ ଉଲଂଘନ କରିବେ ତେବେ ସାଧାରଣ ଜନସାଧାରଣଙ୍କ ଠାରୁ କାହିଁକି ଫାଇନ ନିଆଯାଉଛି ଆଉ ସେମାନଙ୍କୁ ଶୋଷଣ କରାଯାଉଛି ସେ ବିଷୟରେ ଉଚ୍ଚପଦସ୍ଥ ଅଧିକାରୀ କଣ ପଦକ୍ଷେପ ନେଉଛନ୍ତି ତାହା ଅପେକ୍ଷାରେ ଅତାବିରା ଜନସାଧାରଣ । 
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ..

Blog Archive

Popular Posts