Breaking News

ସମ୍ବାଦ ସାହିତ୍ୟ ଘର ଓଡ଼ଗାଁ ତରଫରୁ ଶୋକସଭା


 ଓଡ଼ଗାଁ---- ଓଡ଼ଗାଁ-ସମ୍ବାଦ ସାହିତ୍ୟ ଘର ଓଡ଼ଗାଁ ର ସଂଯୋଜକ ହୃଦୟ ରଞ୍ଜନ ମହାରଣା ଙ୍କ ଅକାଳ ବିୟୋଗରେ ଆଜି ଓଡ଼ଗାଁ ମିନି ଷ୍ଟାଡିୟମରେ ଅପରାହ୍ନ ୫ଘଟିକା ସମୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଦିବାକର ନାୟକ, ସମ୍ପାଦକ ରଞ୍ଜନ କୁମାର ଦାଶ, ପଞ୍ଚାନନ ପଣ୍ଡା, ଯଶୋବନ୍ତ ପଟ୍ଟନାୟକ,ପ୍ରଭାତୀ ପଟ୍ଟନାୟକ, ପ୍ରଦୀପ୍ତ କୁମାର ନାୟକ, ନିରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ଅମର ଆତ୍ମା ର ସଦଗତି ନିମନ୍ତେ   ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।    କରୋନା ଯୋଗୁଁ ଓଡ଼ଗାଁକୁ ନ ଆସିପାରି ବାହାରେ ଥିବା ସାହିତ୍ୟ ଘରର ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ରମାକାନ୍ତ ପ୍ରଧାନ, ସତ୍ୟବାଦୀ ସାହୁ,ପ୍ରିୟଦର୍ଶନୀ ମହାପାତ୍ର, ପ୍ରହଲ୍ଲାଦ ବେହେରା,ହରିଶ୍ ପ୍ରଧାନ, ରାଧାଗୋବିନ୍ଦ ନାୟକ, ରାଇମଣି ଟୁଡୁ,ଭାବଗ୍ରାହୀ ମହାପାତ୍ର,ସାରସ ମିଶ୍ର, ପ୍ରଦୀପ ବିଶ୍ୱ।ଳ,ପିନାକୀ ପ୍ରିୟଦର୍ଶିନୀ, ଶରତଚନ୍ଦ୍ର ଷଡ଼ଙ୍ଗୀ, ଏକଲବ୍ୟ ଦାଶ,ରାଜୀବ ଲୋଚନ ବରାଡ଼,ପରମାନନ୍ଦ ସ୍ୱଇଁ,ରାଜେନ୍ଦ୍ରବିଶୋୟୀ,ଶୄତକୀର୍ତ୍ତି ସାହୁ,ତ୍ରିଲୋଚନ ସାମନ୍ତରାୟ,ମନୋଜ ନାୟକ, ଚିତ୍ତରଞ୍ଜନ ମିଶ୍ର,ରବୀନ୍ଦ୍ର ଘଡେଇ ପ୍ରମୁଖ ସଦସ୍ୟ ଗଣ ନିଜ ନିଜର ଶୋକବାର୍ତ୍ତା ପ୍ରେରଣ କରିଥିଲେ।               ସର୍ବ ଶେଷରେ ସଭାପତି ଙ୍କ ନିବେଦନ କ୍ରମେ ଦିବଂଗତ ଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ କ୍ଷୁଦ୍ର ସ୍ମରଣିକା (ସ୍ମୃତିରେ ହୃଦୟ)ଉନ୍ମୋଚନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts