ଅତାବିରା ଏନଏସି ଅଞ୍ଚଳରୁ ନଳକୂପ ଚୋରି
ଅତାବିରା -- ଅତାବିରା ବ୍ଲକରେ ପାଇଖାନା ଚୋରି ପଦାକୁ ଆସିଥିବାବେଳେ ଏବେ ପୁଣି ରାଜରାସ୍ତା କଡରୁ ସରକାରୀ ନଳକୂପ ଚୋରି ହୋଇଥିବା ଜଣାପଡିଛି ।ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୫୩ନଂ ଜାତୀୟ ରାଜପଥ କଡରେ ଅତାବିରା ଏନଏସି ସ୍ଥିତ ମାରବାଡ଼ି ଧର୍ମଶାଲା ଡ଼ାହାଣ ପଟରେ ଯିବାଆସିବା ଲୋକ ତଥା ସ୍ଥାନୀୟ ଲୋକଙ୍କ ପାଇଁ ଏକ ନଳକୂପ ଖନନ କରାଯାଇଥିଲା। ତାହା ଏବେ ଉଭାନ ହୋଇ ଯାଇଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଉକ୍ତ ସ୍ଥାନରେ ପାଣି ମଟର ଲଗାଇ ସରକାରୀ ନଳକୂପରୁ ନିକଟସ୍ଥ ନବନିର୍ମିତ କୋଠାଘର ତିଆରି କାା୍ଯ୍ୟରେ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ହୋଇଛି । ତେବେ ଏହା ଏନଏସି କର୍ତ୍ତୃପକ୍ଷ ତଥା ସ୍ଥାନୀୟ ପ୍ରଶାସନର ପ୍ରୋତ୍ସାହନରେ ହେଉଥିବାର ଲୋକେ ଅଭିଯୋଗ କରନ୍ତି। ଯାହା ଏନଏସି ଅଧିକାରୀ ଙ୍କୁ ଅଭିଯୋଗକଲେ ଲିଖିତ ଅଭିଯୋଗ ଦିଅନ୍ତୁ ବୋଲି କହିଥିବାର ଲୋକେ କହନ୍ତି। ତେବେ ଆଉ ଅନେକ ସ୍ଥାନରେ ସରକାରୀ ନଳକୂପ ମାନଙ୍କୁ ହଡ଼ପ କରାଯାଇଥିବାର ଅଭିଯୋଗ ଆସିଛି । ଏହି ନଳକୂପ ଚୋରି ତଥା ହଡପ କରି ଦିଆଯାଇଛି ନାଁ ପ୍ରଶାସନ ସହ ସଲସୁତୁରା କରି କିଛି ହାତଗୁଂଜା ଦେଇ କାମ କରାଯାଇଛି ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ତେବେ ଦେଖିବାକୁ ବାକି ରହିଲା ଏନେଇ ଜିଲ୍ଲା ପ୍ରଶାସନ କେବେ ସରକାରୀ ନଳକୂପକୁ ନିଜ ଅକ୍ତିଆରକୁ ଆଣିବ ଓ ନଳକୂପ ଚୋରି କରିଥିବା ବ୍ୟକ୍ତିବିଶେଷ ଓ ଏହି କାର୍ଯ୍ୟରେ ସଂପୃକ୍ତ ପ୍ରଶାସନ ଅଧିକାରୀ ମାନଙ୍କ ପ୍ରତି କଣ ପଦକ୍ଷେପ ନେଉଛି ତାହା ସମୟ ହିଁ କହିବ ।
ବରଗଡ଼ଜିଲ୍ଳାରୁ ନବୀନ ଦାଶଙ୍କ ରିପୋର୍ଟ.....