Breaking News

ଧର୍ମପ୍ରାଣ ବ୍ୟକ୍ତିଙ୍କ ବିୟାଗରେ ସ୍ମୃତି ଚାରଣ


D Senapati
Delang news
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ସ୍ଥିତ ହୁମର ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ଧୋବେଇ ଚରଣ ନାୟକଙ୍କର ୮୦ ବର୍ଷରେ ପରଲୋକ ହୋଇଯାଇଛି । ବହୁଦିନ ଧରି ପିଢ଼ପାଟଣା ଗ୍ରାମର ସ୍ୱର୍ଗତ ଅପର୍ତ୍ତ ସାହୁଙ୍କ  ସହିତ ସତ୍ୟବାଦୀ ଗୋପିନାଥ ଦେବଙ୍କ ମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟ କରି ଆସୁଥିଲେ  । ସ୍ୱଗତ ନାୟକ ଗତେଶ୍ୱର ଓ ବ୍ରହେଶ୍ୱରଙ୍କ ପୂଜକ ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ  । ଡେଲାଙ୍ଗ ଷ୍ଟେସନ ସ୍ଥିତ ପୁରାତନ ପ୍ରଭାତ କ୍ଳବର ସମ୍ପାଦକ ଭାବେ କିଛି ଦିନ କାର୍ଯ୍ୟଭାର ତୁଲାଇଥିଲେ  । ତାଙ୍କର ଏକଦଶାହ ଅବସରରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ପ୍ରଭାତ କ୍ଳବର ସଭାପତି, ସମ୍ପାଦକ ଓ ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ଓ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର, ଶ୍ରୀ ନାୟକଙ୍କର ପୁତ୍ର ଡ. ବାସୁଦେବ ନାୟକ, ଶିକ୍ଷକ ଅଭୟ ଚରଣ ସାହୁ, ବିକ୍ରମ କେଶରୀ ନାୟକ, ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଅମର ଆତ୍ମର ସଦଗତି କାମନା କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts